ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ, ଭାରତ ଦେଲା ଜବାବ

ଡାଭୋସ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପୁଣିଥରେ ମଧ୍ୟସ୍ଥି ହେବାକୁ ଇଚ୍ଛା ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଦୃଢ଼ ଜବାବ ଦେଇଛି। କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ପକ୍ଷ ଏହାକୁ ଆପୋଷ ସମାଧାନ କରିବେ ବୋଲି ଭାରତ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସ୍ୱିଜରଲ୍ୟାଣ୍ଡର ଓ୍ୱାର୍ଲଡ ଇକୋନମିକ ଫୋରମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ। ଏହି ଭେଟଘାଟ ବେଳେ ଇମ୍ରାନ ଖାନ ପୁଣିଥରେ […]

u

Hemant Lenka
  • Published: Wednesday, 22 January 2020
  • , Updated: 22 January 2020, 05:38 PM IST

ଡାଭୋସ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପୁଣିଥରେ ମଧ୍ୟସ୍ଥି ହେବାକୁ ଇଚ୍ଛା ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଦୃଢ଼ ଜବାବ ଦେଇଛି। କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ପକ୍ଷ ଏହାକୁ ଆପୋଷ ସମାଧାନ କରିବେ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ସ୍ୱିଜରଲ୍ୟାଣ୍ଡର ଓ୍ୱାର୍ଲଡ ଇକୋନମିକ ଫୋରମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ। ଏହି ଭେଟଘାଟ ବେଳେ ଇମ୍ରାନ ଖାନ ପୁଣିଥରେ ଟ୍ରମ୍ପ ଆଗରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହାପରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ସହଯୋଗ କରିବାକୁ ଆଗ୍ରହ ଥିବା କହିଥିଲେ। ଏଥିସହ ସେ କଶ୍ମୀର ଉପରେ ନଜର ରଖିଥିବା ମଧ୍ୟ କହିଥିଲେ।

ଟ୍ରମ୍ପ କହିଛନ୍ତି, ପାକିସ୍ତାନ ସହ ମିଶି ଆମେରିକା ଅଧିକ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି। ଏହାବାଦ୍ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କଶ୍ମୀର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କଶ୍ମୀରରେ କ’ଣ ହେଉଛି ସେ ବାବଦରେ ଆମେରିକା ନଜର ରଖିଛି ବୋଲି ଟ୍ରମ୍ପ କହିଛନ୍ତି।

ଏହାପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ଆଲୋଚନା ଓ ଆତଙ୍କବାଦ ଏକାଠି ଚାଲି ପାରିବ ନାହିଁ। ଏହା ମୋଦି ସରକାରଙ୍କ ପଲିସି। ଯଦି ପାକିସ୍ତାନ ଭାରତ ସହ କୌଣସି ଆଲୋଚନା କରିବାକୁ ଚାହୁଁଛି, ତା’ହେଲେ ପ୍ରଥମେ ଇସଲାମାବାଦକୁ ଆତଙ୍କବାଦ ବନ୍ଦ କରିବାକୁ ହେବ।”

ଏହାପୂର୍ବରୁ ମଧ୍ୟ ଟ୍ରମ୍ପ ଏକାଧିକ ଥର କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଭାରତ ଏହା ଉପରେ ଆପତ୍ତି ଉଠାଇଥିଲା। ଭାରତର ଏଭଳି ଆଭିମୁଖ୍ୟ ଦେଖି ଟ୍ରମ୍ପ କଥା ବଦଳାଇଥିଲେ। ସେ କହିଥିଲେ, ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ଆମେରିକା କଶ୍ମୀର ପ୍ରସଙ୍ଗରେ ସହଯୋଗ କରିବାକୁ ରାଜି ଅଛି।

Related story