ସେନା-ଆତଙ୍କବାଦୀ ଗୁଳି ବିନିମୟ, ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।  ତଙ୍ଗଧାର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ଏହି ଆତଙ୍କବାଦୀ।  ଏହି ସମୟରେ ସମସ୍ତଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁରକ୍ଷାବାହିନୀ। ହେଲେ ପାଲଟା ଫୋର୍ସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।  ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ।  ତଙ୍ଗଧାର ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ସେନା।  […]

1522646170-6045

1522646170-6045

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 12:20 PM IST

Sports

Latest News

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।  ତଙ୍ଗଧାର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ଏହି ଆତଙ୍କବାଦୀ।  ଏହି ସମୟରେ ସମସ୍ତଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁରକ୍ଷାବାହିନୀ। ହେଲେ ପାଲଟା ଫୋର୍ସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।  ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ।  ତଙ୍ଗଧାର ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ସେନା।  ରମଜାନ୍ ମାସ ଥିବାରୁ କାଶ୍ମୀରରେ ସୁରକ୍ଷାବାହିନୀକୁ ଗୁଳି ଚାଲଣ ନ କରିବାକୁ ନିର୍ଦ୍ଦେଶ ରହିଛି।  ତେବେ ବିପକ୍ଷରୁ ଗୁଳି ମାଡ଼ ହେଲେ ଏହାର ଜବାବ ଦେବା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ କହିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ  ମେ ୧୬ରେ ଜାମ୍ମୁ କାଶ୍ମୀରର ସାମ୍ବା ଅଞ୍ଚଳରେ ୫ ଆତଙ୍କବାଦୀ ପ୍ରବେଶ କରିବାରେ ସଫଳ ହୋଇଥିବା ଖବର ଆସିଥିଲା। କୁହାଯାଉଥିଲା ଆତଙ୍କବାଦୀ ସୁରଙ୍ଗ ରାସ୍ତା ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ। ବି.ଏସ୍‌.ଏଫ୍‌ ମୁତାବକ ଆତଙ୍କବାଦୀ ସୀମାରେ ଦେଖାଯାଇଥିଲେ କିନ୍ତୁ ପରେ ସେମାନଙ୍କର ଆଉ ସନ୍ଧାନ ମିଳି ନ ଥିଲା। ପରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos