ଗଣତନ୍ତ୍ର ଦିବସରେ ଆତଙ୍କବାଦୀ ହମ୍‌ଲା, ୫ ଯବାନ ଗୁରୁତର, ଜବାବରେ ୨ ଆତଙ୍କୀ ନିହତ

ଶ୍ରୀନଗର: ଆଜି ସମଗ୍ର ଦେଶ ଶାନ୍ତି ଓ ପ୍ରେମରେ ଗଣତନ୍ତ୍ର ଦିବସ ପାଳୁଥିବା ବେଳେ ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି। ହିଂସା ଘଟାଇଛନ୍ତି ଆତଙ୍କବାଦୀ। ଶନିବାର ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ସିଆରପିଫ୍‌ର ୫ ଯବାନ ଗୁରୁତର ହୋଇଛନ୍ତି। ଆତଙ୍କବାଦୀମାନେ କଶ୍ମୀରିର ପୁଲୱାମା ଘାଟି, ପଂପୋର ଏବଂ ଖାନ୍‌ମୋ ଇଲାକାରେ ହମଲା କରିଛନ୍ତି। ଆତଙ୍କବାଦୀମାନେ SOG ଏବଂ CRPF କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି। ତେବେ ଜବାବରେ ସୁରକ୍ଷା କର୍ମୀମାନେ […]

kashmir759

Tapas Behera
  • Published: Saturday, 26 January 2019
  • , Updated: 26 January 2019, 09:40 AM IST

ଶ୍ରୀନଗର: ଆଜି ସମଗ୍ର ଦେଶ ଶାନ୍ତି ଓ ପ୍ରେମରେ ଗଣତନ୍ତ୍ର ଦିବସ ପାଳୁଥିବା ବେଳେ ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି। ହିଂସା ଘଟାଇଛନ୍ତି ଆତଙ୍କବାଦୀ। ଶନିବାର ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ସିଆରପିଫ୍‌ର ୫ ଯବାନ ଗୁରୁତର ହୋଇଛନ୍ତି। ଆତଙ୍କବାଦୀମାନେ କଶ୍ମୀରିର ପୁଲୱାମା ଘାଟି, ପଂପୋର ଏବଂ ଖାନ୍‌ମୋ ଇଲାକାରେ ହମଲା କରିଛନ୍ତି।

ଆତଙ୍କବାଦୀମାନେ SOG ଏବଂ CRPF କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି। ତେବେ ଜବାବରେ ସୁରକ୍ଷା କର୍ମୀମାନେ ପାଲଟା ଆକ୍ରମଣ କରିଛନ୍ତି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଆତଙ୍କବାଦୀମାନେ ଜୈସ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

ଗଣତନ୍ତ୍ର ଦିବସ ଅବସରରେ ସମ୍ପୃକ୍ତ ଆତଙ୍କବାଦୀମାନେ ଏକ ବଡ଼ଧରଣର ହମଲା ଯୋଜନାରେ ଥିବା ବେଳେ ସୁରକ୍ଷାକର୍ମୀମାନେ ତାକୁ ଭଣ୍ଡରୁ କରି ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗୁରୁବାର ପାକିସ୍ତାନ ପୁଂଛ,ରାଜୌରୀ ସେକ୍ଟର ଏବଂ ସୁନ୍ଦରବନୀ ସେକ୍ଟର ତଥା LoCରେ ସିଜ୍‌ ଫାୟାର ଉଲ୍ଲଂଘନ କରିଥିଲା। ଏ ସବୁ ଇଲାକାରେ ସୀମା ପାର କରି ପାକ୍‌ ଆତଙ୍କବାଦୀମାନେ ମୋଟାର ଓ ଗୁଳିମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା।

Related story