ଜମ୍ମୁ କଶ୍ମୀର ନେତାଙ୍କ ଅଟକ ନିଷ୍ପତ୍ତିରେ ରାଜ୍ୟପାଳଙ୍କ ଭୂମିକା ନାହିଁ: ରାଜଭବନ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଟକ ଥିବା ନେତାଙ୍କ ବାବଦରେ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କର କୌଣସି ଭୂମିକା କିମ୍ବା ହସ୍ତକ୍ଷେପ ନାହିଁ। ସ୍ଥାନୀୟ ପୁଲିସ ହିଁ ଏ ବାବଦରେ ନିଷ୍ପତ୍ତି ନେଉଛନ୍ତି। ଆଜି ଜମ୍ମୁ କଶ୍ମୀର ରାଜଭବନ ପକ୍ଷରୁ ଏହି ସ୍ପଷ୍ଟୀକରଣ ରଖାଯାଇଛି। ଗତକାଲି ଏକ ଖବର ପ୍ରକାଶ ପାଇଥିଲା ଯେ ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ସରକାର ଛାଡ଼ିବା ପାଇଁ ରଖିଥିବା ସର୍ତ୍ତକୁ ଉଭୟ ଅଗ୍ରାହ୍ୟ […]

Satya Pal Malik

Subhransu Sekhar
  • Published: Wednesday, 28 August 2019
  • , Updated: 28 August 2019, 12:45 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଟକ ଥିବା ନେତାଙ୍କ ବାବଦରେ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କର କୌଣସି ଭୂମିକା କିମ୍ବା ହସ୍ତକ୍ଷେପ ନାହିଁ। ସ୍ଥାନୀୟ ପୁଲିସ ହିଁ ଏ ବାବଦରେ ନିଷ୍ପତ୍ତି ନେଉଛନ୍ତି। ଆଜି ଜମ୍ମୁ କଶ୍ମୀର ରାଜଭବନ ପକ୍ଷରୁ ଏହି ସ୍ପଷ୍ଟୀକରଣ ରଖାଯାଇଛି।

ଗତକାଲି ଏକ ଖବର ପ୍ରକାଶ ପାଇଥିଲା ଯେ ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ସରକାର ଛାଡ଼ିବା ପାଇଁ ରଖିଥିବା ସର୍ତ୍ତକୁ ଉଭୟ ଅଗ୍ରାହ୍ୟ କରିଦେଇଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ଉଭୟ ଓମାର ଏବଂ ମେହବୁବାଙ୍କୁ ସେମାନଙ୍କ ଘରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ଯଦି ସେମାନେ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି ନ କରିବା ପାଇଁ ନିଜର ସମର୍ଥକମାନଙ୍କୁ କହିବେ, ତା’ହେଲେ ସେମାନଙ୍କୁ ଗୃହବନ୍ଦୀ ହେବାରୁ ମୁକ୍ତ କରାଯିବ। ତେବେ ଉଭୟ ଏହାକୁ ଗ୍ରହଣ କରି ନାହାନ୍ତି। ଫଳରେ ଉଭୟଙ୍କ ଅଟକ ମିଆଦକୁ ବୃଦ୍ଧି କରାଯାଇଛି। ରାଜଭବନର ଜଣେ ମୁଖପାତ୍ର ଏ ବାବଦରେ ଶ୍ରୀନଗରରେ କହିଥିଲେ ବୋଲି ସୂଚନା ମିଳିଥିଲା।

ହେଲେ ଏହି ଖବର ସମୂର୍ଣ୍ଣ ମିଛ ଏବଂ ଆଧାରହୀନ ବୋଲି ରାଜଭବନ ପକ୍ଷରୁ ଆଜି କୁହାଯାଇଛି। ରାଜଭବନ ଏଭଳି ମିଥ୍ୟା ଖବରକୁ ନିନ୍ଦା କରୁଛି ବୋଲି ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି।

Related story