ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ଆତଙ୍କବାଦୀ ସୈଫଲ୍ଲାହ ଶୀନଗରେ ନିହତ ହୋଇଛି। ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମିୟ ବେଳେ ସୈଫଲ୍ଲାହ ନିହତ ହୋଇଛି। ତେବେ ନିହତ ଆତଙ୍କବାଦୀର ଜଣେ ସହଯୋଗୀ ଗୋଟିଏ ଘରେ ଲୁଚି ରହିଥିବା ସୂଚନା ରହିଛି।
ମୃତ ଜଣଙ୍କ ସୈଫଲ୍ଲାହ କଶ୍ମୀର ହିଜବୁଲର ମୁଖ୍ୟ ବୋଲି ସୁରକ୍ଷାକର୍ମୀ ୯୫ ପ୍ରତିଶତ ଦାବି କରିଛନ୍ତି। ତେବେ ଏହି ମାମଲାରେ ଜଣେ ଗିରଫ ହୋଇଛି। ରବିବାର ରଙ୍ଗରେଥ ଅଞ୍ଚଳରେ ଗୁଳି ବିନିମୟରେ ହିଜବୁଲ ମୁଜିହିଦ୍ଦିନର ମୁଖ୍ୟ କମାଣ୍ଡର ଡକ୍ଚର ସୈଫଲ୍ଲାହଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସକାଳେ ଆରମ୍ଭ ହୋଇଥିବା ଅପରେସନ୍ ସମୟରେ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିବା ପୁଲିସ କହିଛି।