ସୁଧୁରୁଛି ଜମ୍ମୁ କଶ୍ମୀର ସ୍ଥିତି, କୂଟନୀତି ସ୍ତରରେ ଭାରତର ଦବ୍‌ଦବା ଜାରି

ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି ଅଶାନ୍ତ ହେବାର ଆଶଙ୍କା ରହିଥିଲେ ହେଁ ବର୍ତ୍ତମାନ ସ୍ଥିତି ସୁଧୁରିବାକୁ ଆରମ୍ଭ କରିଛି। କଶ୍ମୀରରୁ ପ୍ରକାଶ ପାଉଥିବା କିଛି ଆଞ୍ଚଳିକ ଖବରକାଗଜଗୁଡ଼ିକର ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଲୋକଙ୍କ ଚଳପ୍ରଚଳ ସ୍ୱାଭାବିକ ହୋଇସାରିଛି। ତେବେ କଶ୍ମୀରରେ ୧୦ ହଜାର ବିକ୍ଷୋଭକାରୀଙ୍କ ପ୍ରତିବାଦ ଓ ବିରୋଧ ହୋଇଥିବା ନେଇ ଅନ୍ତର୍ଜାତୀୟ ଖବର ସଂସ୍ଥା ରୟଟର୍ସର ରିପୋର୍ଟକୁ ଭାରତର ଗୃହ ମନ୍ତ୍ରଣାଳୟ ଖଣ୍ଡନ କରିଛି। ପ୍ରଶାସନ […]

kashmir

kashmir

Subrat Kumar Nayak
  • Published: Saturday, 10 August 2019
  • Updated: 10 August 2019, 10:25 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି ଅଶାନ୍ତ ହେବାର ଆଶଙ୍କା ରହିଥିଲେ ହେଁ ବର୍ତ୍ତମାନ ସ୍ଥିତି ସୁଧୁରିବାକୁ ଆରମ୍ଭ କରିଛି। କଶ୍ମୀରରୁ ପ୍ରକାଶ ପାଉଥିବା କିଛି ଆଞ୍ଚଳିକ ଖବରକାଗଜଗୁଡ଼ିକର ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଲୋକଙ୍କ ଚଳପ୍ରଚଳ ସ୍ୱାଭାବିକ ହୋଇସାରିଛି। ତେବେ କଶ୍ମୀରରେ ୧୦ ହଜାର ବିକ୍ଷୋଭକାରୀଙ୍କ ପ୍ରତିବାଦ ଓ ବିରୋଧ ହୋଇଥିବା ନେଇ ଅନ୍ତର୍ଜାତୀୟ ଖବର ସଂସ୍ଥା ରୟଟର୍ସର ରିପୋର୍ଟକୁ ଭାରତର ଗୃହ ମନ୍ତ୍ରଣାଳୟ ଖଣ୍ଡନ କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଜମ୍ମୁର ଅଳ୍ପ କିଛି ସହରରେ କଟକଣା ରହିଛି ଏବଂ ଏହା ଧୀରା ଧୀରେ ପ୍ରତ୍ୟାହାର କରାଯିବାର ଅଛି। ବଜାର ସବୁ ଖୋଲିବା ଆରମ୍ଭ ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜମ୍ମୁର ୫ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାକୁ ଅନୁମତି ମିଳିସାରିଛି। ଆଗକୁ ଇଦ୍‌ ଥିବାରୁ ଏହି ସମୟରେ କଟକଣା କୋହଳ କରାଯିବ ବୋଲି ମଧ୍ୟ କୁହାଯାଇଛି। ଇଣ୍ଟରନେଟ୍‌ ପୂର୍ବବତ୍‌ ବନ୍ଦ ରଖାଯିବାକୁ ଥିବାବେଳେ କିଛି ସ୍ଥାନରେ ଆଜିଠାରୁ ଟେଲିଫୋନ୍‌ କଟକଣା ପ୍ରତ୍ୟାହାର କରାଯିବ ବୋଲି କୁହାଯାଉଛି। ଇଦ୍‌ ଉତ୍ସବ ପାଇଁ କିଛି ଫୋନ୍‌ ବୁଥ୍‌ ସ୍ଥାପନା କରିବାର ମଧ୍ୟ ଯୋଜନା କରାଯାଇଛି।

ଜମ୍ମୁ କଶ୍ମୀର ଆଇଜି ଏସ୍‌ପି ପାଣିଙ୍କ ସୂଚନା ଅନୁଯାୟୀ, କଟକଣା ସାମୟିକ, ଯାହାକୁ ଲୋକମାନେ ସମ୍ମାନ ଜଣାଉଛନ୍ତି। ସ୍ଥିତି ସୁଧୁରିଲେ କମ୍ୟୁନିକେସନ୍‌ ଜନିତ କଟକଣା ଉଠାଇଦିଆଯିବ। ତେବେ ରବିବାର ଇଦ୍‌କୁ ଆଖିରେ ରଖି ଅଧିକ ସୁରକ୍ଷା କର୍ମୀ ମୂତୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ କଟକଣା ଲାଗିବା ପରର ପ୍ରଥମ ଶୁକ୍ରବାରରେ ଶାନ୍ତି ଶୃଙ୍ଖଳାର ସହିତ ବିଭିନ୍ନ ମସଜିଦ୍‌ରେ ନମାଜ ପାଠ ହୋଇଥିଲା। ତେବେ ଦୁଇ ତିନୋଟି ସ୍ଥାନରେ ଢେଲା ମାଡ଼ ଭଳି ଘଟଣା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ କୂଟନୀତିକ ସ୍ତରରେ ଭାରତକୁ ସଫଳତା ମିଳିବାରେ ଲାଗିଛି। ଶୁକ୍ରବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଉତ୍ସାହିତ ହୋଇ କହିଥିଲେ ସେ ଚାଇନା ପ୍ରତିପକ୍ଷଙ୍କୁ ଭେଟି ସେହି ରାଷ୍ଟ୍ରର ସମର୍ଥନ ହାସଲ କରିଛନ୍ତି। କିନ୍ତୁ ଚାଇନା ପକ୍ଷରୁ କୁହାଯାଇଛି, କଶ୍ମୀର ପ୍ରସଙ୍ଗରେ ସେମାନେ ପାକିସ୍ତାନକୁ ସମର୍ଥନ ଦେଇନାହାନ୍ତି। ପାକିସ୍ତାନକୁ କେବଳ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ କରିବାକୁ କହିଥିବା ଚାଇନା ପକ୍ଷରୁ କୁହାଯାଇଛି। ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ବନ୍ଧୁତା ରକ୍ଷା କରିବା ସହ ଜାତିସଂଘର ବ୍ୟବସ୍ଥା ଏବଂ ଶିମଲା ଚୁକ୍ତି ଅନୁଯାୟୀ ସମାଧାନର ପନ୍ଥା ବାହାର କରନ୍ତୁ ବୋଲି ଚାଇନା କହିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଭାରତର ସର୍ବ ପୂରାତନ ବନ୍ଧୁ ରାଷ୍ଟ୍ର ରୁଷ୍‌ ମଧ୍ୟ ଭାରତ ସପକ୍ଷରେ ବାହାରିଛି। ଭାରତ ୩୭୦ ଧାରା ଉଚ୍ଛେଦ ପାଇଁ ନେଇଥିବା ନିଷ୍ପତ୍ତି ସେହି ଦେଶର ସମ୍ବିଧାନର ସୀମା ଭିତରେ ଥାଇ କରାଯାଇଛି ବୋଲି ରୁଷ୍ କହିଛି। ରୁଷ୍‌ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦିଲ୍ଲୀ ସରକାର କରିଥିବା କୌଣସି ପରିବର୍ତ୍ତନ ପାଇଁ ସୀମାରେ ଅଶାନ୍ତି ସୃଷ୍ଟି କରିବାରୁ ଉଭୟ ପକ୍ଷ କ୍ଷାନ୍ତ ରୁହନ୍ତୁ।

ଚାଇନା ବ୍ୟତୀତ ଆମେରିକା ଏବଂ ବ୍ରିଟେନ୍‌ ଆଦି ରାଷ୍ଟ୍ର ନିକଟରେ ପାକିସ୍ତାନ ମଧ୍ୟ ଗୁହାରି କରିସାରିଛି। କିଛି କୂଟନୀତିଜ୍ଞଙ୍କ ସୂଚନା ଅନୁଯାୟୀ ଏଥିରୁ ପାକିସ୍ତାନକୁ କିଛି ସଫଳତା ମିଳିପାରିନାହିଁ। ସେମାନେ ଓଲଟା ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ ନ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

ଜମ୍ମୁ କଶ୍ମୀରରେ ଲାଗିରହିଥିବା କଟକଣା କାରଣରୁ ଏହି ଅଞ୍ଚଳ ସହ ଯୋଗାଯୋଗ ବ୍ୟାହତ ହୋଇଛି। ଫଳରେ ଖବର ସଂସ୍ଥାମାନେ କିଛି ବି ସୂଚନା ପାଇପାରୁନାହାନ୍ତି। ଏହାକୁ ନେଇ ‘ଏଡିଟର୍ସ ଗିଲ୍ଡ’ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ବିନା ଇଣ୍ଟରନେଟ୍‌ରେ ଖବର ଛାପିବା ଅସମ୍ଭବ ହୋଇଥିବାରୁ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗଣମାଧ୍ୟମକୁ ମୁକ୍ତ ଭାବେ କାମ କରିବାକୁ ସୁଯୋଗ ଦେବାକୁ କୁହାଯାଇଛି। ବିଭିନ୍ନ ସମସ୍ୟା ଓ କଟକଣା ସତ୍ତ୍ୱେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କୁ ଏଥିରେ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story