କଶ୍ମୀର ବନ୍ଦୀଙ୍କ ପାଇଁ ଜାଗା ନାହିଁ, ଘରୋଇ କୋଠା ପାଲଟିଛି ଅଟକ କେନ୍ଦ୍ର

ଶ୍ରୀନଗର: ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦର ୧୦ ଦିନ ପରେ ବନ୍ଦୀ ହୋଇଥିବା ରାଜନୀତିକ କର୍ମୀ ଏବଂ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାୟ ଏକ ହଜାର ବନ୍ଦୀଙ୍କୁ ଅଟକ ରଖିବା ପାଇଁ ଘରୋଇ କୋଠାକୁ ବନ୍ଦୀ ଗୃହ ବା ଅଟକ କେନ୍ଦ୍ରରେ ପରିଣତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୫୬୦ ରାଜନୀତିକ କର୍ମୀଙ୍କୁ ଶେର-ଏ-କଶ୍ମୀର କନ୍‌ଭେନ୍ସନ୍‌ ସେଣ୍ଟରଠାରେ ରଖାଯାଇଛି। ସେଭଳି ବାରମୁଲ୍ଲା ଏବଂ ଗୁରେଜ୍‌ଠାରେ ମଧ୍ୟ କିଛି କର୍ମୀଙ୍କୁ […]

kashmirpolice

kashmirpolice

Subrat Kumar Nayak
  • Published: Friday, 16 August 2019
  • Updated: 16 August 2019, 06:20 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦର ୧୦ ଦିନ ପରେ ବନ୍ଦୀ ହୋଇଥିବା ରାଜନୀତିକ କର୍ମୀ ଏବଂ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାୟ ଏକ ହଜାର ବନ୍ଦୀଙ୍କୁ ଅଟକ ରଖିବା ପାଇଁ ଘରୋଇ କୋଠାକୁ ବନ୍ଦୀ ଗୃହ ବା ଅଟକ କେନ୍ଦ୍ରରେ ପରିଣତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୫୬୦ ରାଜନୀତିକ କର୍ମୀଙ୍କୁ ଶେର-ଏ-କଶ୍ମୀର କନ୍‌ଭେନ୍ସନ୍‌ ସେଣ୍ଟରଠାରେ ରଖାଯାଇଛି। ସେଭଳି ବାରମୁଲ୍ଲା ଏବଂ ଗୁରେଜ୍‌ଠାରେ ମଧ୍ୟ କିଛି କର୍ମୀଙ୍କୁ ଅଟକ ରଖାଯାଇଛି। ଭାରତ ୩୭୦ ଧାରା ଉଚ୍ଛେଦ କରିବାର ପୂର୍ବ ରାତିରୁ ହିଁ ମୁଖ୍ୟସ୍ରୋତର ନେତା ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ପୁଲିସ୍‌ ହେପାଜତରେ ଅଛନ୍ତି।

ଅତୀତରେ ଢେଲାମାଡ଼ କରିଥିବା ଏବଂ ସେଭଳି କିଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଲୋକଙ୍କୁ ମଧ୍ୟ ପୁଲିସ୍‌ ଉଠାଇନେଇଛି। ଯେପରି କୌଣସି ହିଂସାକାଣ୍ଡ ନଘଟେ, ସେଥିପାଇଁ ପ୍ରଶାସନ ଚିନ୍ତିତ ଥିବାରୁ ପ୍ରତିଷେଧକ ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ଜମ୍ମୁ-କଶ୍ମୀର ପୁଲିସ୍‌ର ବରିଷ୍ଠ ଅଧିକାରୀ ମୁନୀର ଖାନ୍‌ ଏହା ପୂର୍ବରୁ କହିଥିଲେ, ପବ୍ଲିକ୍‌ ସେଫ୍‌ଟି ଆକ୍ଟ ପ୍ରୟୋଗ କରି କିଛି ଲୋକଙ୍କୁ ଅଟକ ରଖାଯାଇଛି। ଏହି ଆକ୍ଟରେ ଗିରଫ ସନ୍ଦିଗ୍ଧଙ୍କୁ ବେଶ୍‌ କିଛି ବର୍ଷ ଯାଏ ଜେଲରେ ରଖାଯାଇଥାଏ। କିଛି ପିଏସ୍‌ଏ ମାମଲା ରୁଜୁ କରାଯାଇଛି। ସାଧାରଣ ଜନଜୀବନକୁ ସୁରକ୍ଷା ଦେବା ଓ ଶାନ୍ତି ପ୍ରତିଷ୍ଠାକୁ ଆଖି ଆଗରେ ରଖି ଏପରି କରାଯାଇଥିବା ମୁନୀର ସ୍ୱୀକାର କରିଛନ୍ତି।

ପୁଲିସ୍‌ ପକ୍ଷରୁ ଅଟକ ରହିଥିବା ବନ୍ଦୀଙ୍କର ସଂଖ୍ୟା କେତେ, ତାହା କୁହାଯାଇନି। ତଥାପି ଏହି ସଂଖ୍ୟା ବୃହତ୍‌ ବୋଲି ଜଣାପଡ଼ିଛି। ତେଣୁ ଘରୋଇ କୋଠା ଭଡ଼ାରେ ନିଆଯାଇ ତାକୁ ଅଟକ କେନ୍ଦ୍ରରେ ପରିଣତ କରାଯାଇଛି। ଏଥିରେ ଅତିଥି ଗୃହ, ଛୋଟ ହୋଟେଲ ଏବଂ ଆବାସିକ ଗୃହ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିଦ୍ରୋହ ଦେଖାଯିବାର ସମ୍ଭାବନା ରହିଥିଲା ଏବଂ ଏହା ଫଳରେ ହିଂସାକାଣ୍ଡମାନ ଘଟିବାର ଆଶଙ୍କା ରହିଥିଲା। ତେଣୁ ବିଚ୍ଛିନ୍ନତାବାଦୀ ଯେଭଳି ଆନ୍ଦୋଳନରୁ ବିରତ ରହିବେ, ସେଥିପ୍ରତି ଦୃଷ୍ଟି ରଖା ଯାଇଥିଲା।

ସରକାରଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଧାରା ୩୭୦ର ଉଚ୍ଛେଦ ପରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଦୌ ଗୁଳି ବିନିମୟ ହୋଇନି। ଦକ୍ଷିଣ କଶ୍ମୀରରେ ହିଁ ଆତଙ୍କବାଦୀଙ୍କ ଚଳପ୍ରଚଳ ରହିଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story