ବିଜ୍ଞାପନ କହୁଛି: କାଶ୍ମୀର ପୃଥିବୀର ସବୁଠୁ ଉତ୍ତପ୍ତ ସ୍ଥାନ, ଭିଡିଓ ଦେଖିଲେଣି ୨ ନିୟୁତ ଦର୍ଶକ

Ordigital Desk
  • Published: Monday, 25 September 2017
  • , Updated: 25 September 2017, 12:45 PM IST
<p>ନୂଆଦିଲ୍ଲୀ: କୁହାଯାଏ କାଶ୍ମୀର ହେଉଛି ଭାରତର ଭୂସ୍ୱର୍ଗ। ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଉ ପ୍ରକୃତିର ରାଣୀ କୁହାଯାଉଥିବା ଏହି ଅଞ୍ଚଳକୁ ନେଇ ଏବେ ଲୋକଙ୍କ ମନରେ ଧାରଣା ବଦଳିଯାଇଛି। ଅସ୍ଥିରତା, ଆତଙ୍କବାଦ ଏବଂ ବିଛିନ୍ନତାବାଦୀଙ୍କ ଅରାଜକତା କାରଣରୁ କାଶ୍ମୀରର ପ୍ରକୃତ ପରିଚୟ ହଜିଯାଇଛି। ବିଶ୍ୱର ପ୍ରମୁଖ ପର୍ଯ୍ୟଟନସ୍ଥଳ ଜମ୍ମୁ କାଶ୍ମୀରର ଅସୁରକ୍ଷିତ ମନେ କରି ଏଠାକୁ ଆଉ ଆଗଭଳି ପର୍ଯ୍ୟଟକ ଆସୁନାହାଁନ୍ତି। କାଶ୍ମୀର ଉପତ୍ୟକାକୁ ନେଇ ଲୋକଙ୍କ ମନରେ ଏହି ଭ୍ରମ ଦୂର କରିବା ପାଇଁ ଏଠାକାର ସରକାର ପ୍ରୟାସ କରିଛନ୍ତି।</p> <p>ଜମ୍ମୁ କାଶ୍ମୀରର ପର୍ଯ୍ୟଟନକୁ ପ୍ରମୋଟ କରିବା ପାଇଁ ୫ ମିନିଟ୍&zwnj;ର ଏକ କ୍ଷୁଦ୍ର ବିଜ୍ଞାପନ ଭିତ୍ତିକ ଚଳଚ୍ଚିତ୍ର ତିଆରି ହୋଇଛି। ଫିଲ୍ମର ଶୀର୍ଷକ ରହିଛି କାଶ୍ମୀର &lsquo;ଦି ୱାର୍ମେଷ୍ଟ ପ୍ଲେସ ଅନ୍&zwnj; ଆର୍ଥ&rsquo;। ଯାହାର ଆକ୍ଷରିକ ଅର୍ଥ ହେଉଛି କାଶ୍ମୀର ହେଉଛି ପୃଥିବୀର ସବୁଠୁ ଉତ୍ତପ୍ତ ସ୍ଥାନ। ହେଲେ ଏହି ବିଜ୍ଞାପନର ପ୍ରକୃତ ଅର୍ଥ ସେୟା ନୁହଁ। ଲୋକଙ୍କ ଦୃଷ୍ଟି ଆକର୍ଷଣ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ବିଜ୍ଞାପନର ଏଭଳି ନାମକରଣ କରାଯାଇଛି।</p> <p>କାଶ୍ମୀର ଉପତ୍ୟାକାର ଅପରୂପ ସୌନ୍ଦର୍ଯ୍ୟ, ମନୋରମ ପରିବେଶର ସୁନ୍ଦର ଦୃଶ୍ୟକୁ ସୁଟ କରାଯାଇ ଏହି ଭିଡିଓରେ ସ୍ଥାନିତ କରାଯାଇଛି। ସେହିପରି &nbsp;ଏଠିକାର ଲୋକ କେତେ ଉଦାର ଏବଂ ସେମାନଙ୍କ ଆଚାର ବ୍ୟବହାର କେତେ ସରଳ ତାହା ମଧ୍ୟ ଦର୍ଶାଯାଇଛି। ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବିଜ୍ଞାପନ ଭିତ୍ତିକ ଭିଡିଓକୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଲୋକାର୍ପଣ କରିଛନ୍ତି। ଶନିବାର ଏହି ଭିଡିଓଟି ୟୁଟ୍ୟୁବ୍&zwnj;ରେ ଅପଲୋଡ଼ ପରେ ଅଦ୍ୟାବଧି ୨ ନିୟୁତରୁ ଅଧିକ ଲୋକ ଦେଖିସାରିଲେଣି। ବଲିଉଡର ଜଣାଶୁଣା ଫିଲ୍ମ କଳାକାର ଏବଂ ନିର୍ଦ୍ଦେଶକ ବି ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍&zwnj; ପ୍ରଶଂସା କରିଛନ୍ତି। ନିର୍ଦ୍ଦେଶକ କରଣ ଜୋହର ଏବଂ ନାୟିକା ଆଲିଆ ଭଟ୍ଟ ଟ୍ୱିଟ୍&zwnj; କରି ବିଜ୍ଞାପନର ପ୍ରଂଶସା କରିଛନ୍ତି। ଆଉ କାଶ୍ମୀର ବୁଲିବା ପାଇଁ ଲୋକଙ୍କୁ ଅପିଲ ମଧ୍ୟ କରିଛନ୍ତି।</p>

Related story