ପଠାନକୋଟ: ଜମ୍ମୁ କଶ୍ମୀର କଠୁଆରେ ହୋଇଥିବା ନାବାଳିକା ଗୁଣଦୁଷ୍କର୍ମ ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୭ ଜଣଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ଚାଲିଥିବା ବେଳେ ଅନ୍ୟ ଜଣେ ଅପରାଧ ମୁକ୍ତ ବୋଲି ପଠାନକୋଟର ସ୍ୱତନ୍ତ୍ର ଅଦାଲତ ଶୁଣାଣି କରି ଏହା କହିଛନ୍ତି। ଅପରାଧମୁକ୍ତ ବ୍ୟକ୍ତିର ନାମ ବିଶାଲ ରାମ। ସମ୍ପୂର୍ଣ୍ଣ ଶୁଣାଣି ଅପରାହ୍ନ ୨ଟାରେ ହେବ ବୋଲି ଜଣାପଡ଼ିଛି।
ଗତବବର୍ଷ ୧୦ ଜାନୁଆରୀରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ଜଣେ ଆଠ ବର୍ଷର ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୁଲିସ ସାତ ଜଣଙ୍କୁ ଗିରଫ କରିଥିଲା।
ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ହେଲେ ଗାଁ ମୁଖିଆ ସଞ୍ଜି ରାମ, ପରଭେଶ କୁମାର ଏବଂ ପୁଲିସ ଅଫିସର ଦୀପକ ଖଜୁରିଆ। ଏମାନଙ୍କ ବିରୋଧରେ ଅପହରଣ (ଦଫା ୩୬୩), ହତ୍ୟା (ଦଫା ୩୦୨), ଗଣଦୁଷ୍କର୍ମ (ଦଫା ୩୭୬ଡି), ଅପରାଧ ଷଡ଼ଯନ୍ତ୍ର(ଦଫା ୧୨୦(ବି)) ଲାଗିଛି।
ଏବଂ ଅନ୍ୟ ତିନି ଜଣ ସୁରେନ୍ଦ୍ର ବର୍ମା, ଆନନ୍ଦ ଦୁତ୍ତ ଏବଂ କନେଷ୍ଟବଲ ତିଲକ ରାଜ ବିରୋଧରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦଫା ୨୦୧ ଲଗାଇଛନ୍ତି କୋର୍ଟ। ଅପରାଧ ମୁକ୍ତ ହୋଇଥିବା ବିଶାଲ ରାମ ଗାଁ ମୁଖିଆ ସଞ୍ଜୀ ରାମର ପୁଅ ଅଟେ।
ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏବଂ ଉମର ଉବଦୁଲା କୋର୍ଟଙ୍କ ଶୁଣାଣିକୁ ସ୍ୱାଗତ କରିଛନ୍ତି।
Welcome the judgement. High time we stop playing politics over a heinous crime where an 8 year old child was drugged, raped repeatedly & then bludgeoned to death. Hope loopholes in our judicial system are not exploited & culprits get exemplary punishment https://t.co/jBuRUdGa5h
— Mehbooba Mufti (@MehboobaMufti) June 10, 2019
Amen to that. The guilty deserve the most severe punishment possible under law. And to those politicians who defended the accused, vilified the victim & threatened the legal system no words of condemnation are enough. #KathuaRapeCase https://t.co/gL2FfRL3rJ
— Omar Abdullah (@OmarAbdullah) June 10, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।