ନୂଆଦିଲ୍ଲୀ: କାୱାସାକି ପକ୍ଷରୁ ଭାରତରେ ସ୍ପେସିଆଲ KRT ଏଡିସନ୍ Ninja 650 ମଡେଲର ବାଇକ୍ ଲଞ୍ଚ କରାଯାଇଛି। ଏହାର ଏକ୍ସ ସୋରୁମର ମୂଲ୍ୟ ହେଉଛି ୫.୪୯ ଲକ୍ଷ ଟଙ୍କା। ରେସିଂ ବାଇକ୍ ଭାବେ ଏହା ପରିଚିତ ହୋଇ ଥିବା ବେଳେ ଏଥିରେ ସେମିତି କିଛି ଖାସ୍ ରେସିଂ ଫିଚର ନାହିଁ। ତେବେ Ninja 650 ବାଇକଟି ୬୫୦ ସିସି ଲିକୁଇଡ୍ କୁଲ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ପାରାଲାଲ୍ ଟୁଇନ୍ ଇଞ୍ଜିନ ରହିଛି। ଯାହା 8,000rpmର 68PS ପାୱାର ଉତ୍ପାଦନ କରିପାରିବ।
ସେହିପରି 65.3Nmର ପିକ୍ ଏବଂ 6,500rpmର ଟର୍କ୍ୟୁ କ୍ଷମତା ରହିଛି। ଅନ୍ୟାନ୍ୟ ବିଷେଶତ୍ୱ ମଧ୍ୟରେ ସ୍ଲିପର ପଞ୍ଚ, ଆଡ୍ଜେଷ୍ଟବଲ୍ monocosk , ଡ୍ୟୁଆଲ ଫ୍ରଣ୍ଟ ଏବଂ ସିଙ୍ଗିଲ ରିଅର ବ୍ରେକ୍, ଆଣ୍ଟି ଲକ୍ ବାର୍କିଂ ସିଷ୍ଟମ (ABS)। ଭାରତୀୟ ବାଇକ୍ ବଜାରରେ ଏହା ହେଉଛି ସବୁଠୁ ମହଙ୍ଗା ଶ୍ରେଣୀର । ଏଥିରେ ୧୫ ଲିଟର ତୈଳ ରହିବାର କ୍ଷମତା ରହିଛି। ସେହିପରି ସିଟ୍ର ଉଚ୍ଚତା ୭୯୦ ଏମ ଏମ ରହିଛି। ୧୯୬ କିଲୋଗ୍ରାମ୍ର ଏହି ବାଇକ୍ ଦାମୀ ସ୍ପୋର୍ଟସ ବାଇକ୍ ସହ ସମକକ୍ଷ୍ୟ। ଲଙ୍ଗ ଡ୍ରାଇଭ୍ରେ ଯିବା ପାଇଁ ଏହି ବାଇକ୍ ଖୁବ୍ ଆରାମଦା ୟକ। ଏଥି ବାଇକ୍ଟି ଆଖି ଝଲସିଲା ଭଳି ଖୁବ୍ ଆକର୍ଷଣୀୟ ଭାବେ ଡିଜାଇନ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।