ଡିସେମ୍ବର ୧୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର୍‌

ହାଇଦ୍ରାବାଦ: ଆଗୁଆ ନିର୍ବାଚନ ପାଇଁ ବିଧାନସଭା ଭାଙ୍ଗିଥିବା ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଙ୍କ ରଣନୀତି ଶେଷରେ ସଫଳ ହୋଇଛି। କେସିଆର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୧୩ ତାରିଖରେ ଶପଥ ଗ୍ରହଣ କରିବେ। ଆଜି ଦଳୀୟ ବୈଠକରେ କେସିଆର ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଏନେଇ ଟିଆରଏସ୍‌ର ବିଧାୟକ ଦଳ ବୈଠକ ବସିବ। ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦। ଟିଆରଏସ ୭୩ଟିରେ ଜିତିଥିବା ବେଳେ ୧୫ଟି […]

kcr

Hemant Lenka
  • Published: Tuesday, 11 December 2018
  • , Updated: 11 December 2018, 08:17 PM IST

ହାଇଦ୍ରାବାଦ: ଆଗୁଆ ନିର୍ବାଚନ ପାଇଁ ବିଧାନସଭା ଭାଙ୍ଗିଥିବା ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ(କେସିଆର୍‌)ଙ୍କ ରଣନୀତି ଶେଷରେ ସଫଳ ହୋଇଛି। କେସିଆର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୧୩ ତାରିଖରେ ଶପଥ ଗ୍ରହଣ କରିବେ। ଆଜି ଦଳୀୟ ବୈଠକରେ କେସିଆର ଏହି ସୂଚନା ଦେଇଛନ୍ତି।

ଆସନ୍ତାକାଲି ଏନେଇ ଟିଆରଏସ୍‌ର ବିଧାୟକ ଦଳ ବୈଠକ ବସିବ। ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦।

ଟିଆରଏସ ୭୩ଟିରେ ଜିତିଥିବା ବେଳେ ୧୫ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଓ ଟିଡିପି ମେଣ୍ଟ ୧୮ଟି ଆସନରେ ଜିତିଥିବା ବେଳେ ୧ଟିରେ ଆଗୁଆ ରହିଛି। ଏଠାରେ ବିଜେପି ମାତ୍ର ଗୋଟିଏ ଆସନରେ ଜିତିଛି। ଅନ୍ୟାନ୍ୟ ଦଳ ୭ଟି ଆସନରେ ଜିତିଥିବା ବେଳେ୪ଟିରେ ଆଗୁଆ ରହିଛନ୍ତି।

Related story