କେଜ୍ରିୱାଲ ଆଇଆଇଟିରେ ଆଡମିଶନ ନେଇଛନ୍ତି: ସୁବ୍ରମଣ୍ୟମ୍  ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ପୂର୍ବ ଦିଲ୍ଲୀ ସାଂସଦ ମହେଶ ଗିରି ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି। ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଆଜି ଅନଶନ ସ୍ଥଳରେ ପହଞ୍ଚି ମହେଶଙ୍କୁ ସମର୍ଥନ ଜଣାଇଛନ୍ତି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବହୁ ସଂଖ୍ୟାରେ ସିଆରପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ଅନଶନରେ ସାମିଲ ହୋଇ ସ୍ୱାମୀ କହିଛନ୍ତି, “ମୁଁ ମହେଶଙ୍କୁ ସମର୍ଥନ କରିବା ପାଇଁ ଏଠି ପହଞ୍ଚିଛି। କେଜ୍ରିୱାଲ ମହେଶଙ୍କ ଉପରେ […]

swamy

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 03:38 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ପୂର୍ବ ଦିଲ୍ଲୀ ସାଂସଦ ମହେଶ ଗିରି ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି। ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଆଜି ଅନଶନ ସ୍ଥଳରେ ପହଞ୍ଚି ମହେଶଙ୍କୁ ସମର୍ଥନ ଜଣାଇଛନ୍ତି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବହୁ ସଂଖ୍ୟାରେ ସିଆରପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।

ଅନଶନରେ ସାମିଲ ହୋଇ ସ୍ୱାମୀ କହିଛନ୍ତି, “ମୁଁ ମହେଶଙ୍କୁ ସମର୍ଥନ କରିବା ପାଇଁ ଏଠି ପହଞ୍ଚିଛି। କେଜ୍ରିୱାଲ ମହେଶଙ୍କ ଉପରେ ଯେଉଁ ଆରୋପ ଲଗାଇଛନ୍ତି ତାହା ଭିତ୍ତିହୀନ। କେଜ୍ରିୱାଲ ଆଇଆଇଟିରେ ଆଡମିଶନ ନେଇଥିଲେ। ମୁଁ ଶୀଘ୍ର ଏହାର ଖୁଲାସା କରିବି।”

ସେ ଆହୁରି କହିଛନ୍ତି, “ଗିରି ଜଣେ ସାହସୀ ବ୍ୟକ୍ତି। ଅରବିନ୍ଦ କେଜ୍ରିୱାଲ ତାଙ୍କୁ କ୍ଷମା ମାଗିବା ଉଚିତ୍।”

ସ୍ୱାମୀ ଦିଲ୍ଲୀର ଉପଜିଲ୍ଲାପାଳ ନଜୀବ ଜଙ୍ଗଙ୍କୁ ଟାର୍ଗେଟ କରି କହିଛନ୍ତି, “ନଜୀବ ଜଙ୍ଗଙ୍କୁ ବାହାର କରି ଦେବା ଦରକାର। ନଜୀବ ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶ କ୍ରମେ କାମ କରୁଛନ୍ତି। ସେ ସମ୍ବିଧାନ ବିରୋଧରେ କାମ କରୁଛନ୍ତି।”

Related story