କେଜ୍ରିୱାଲଙ୍କୁ ‘ଇଣ୍ଟରନେଟ୍‌ ଲସ୍‌’

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ମାଗଣା ୱାଇଫାଇ ସ୍କିମ୍‌ ଆରମ୍ଭ କରିଥିବାବେଳେ ସେ ଏଥିପାଇଁ ଭୁଲ ତିଥି ଚୟନ କରିଥିବା କୁହାଯାଉଛି। କାରଣ ପୂର୍ବରୁ କିଛି ଆକଳନ କରିନଥିଲେ ଯେ, ଆଜି ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଥିଲା। ଅର୍ଥାତ ଏହି ମାଗଣା ଇଣ୍ଟରନେଟ୍‌ ସେବା ଆରମ୍ଭ ହେବା ଦିନ ହିଁ କେଜ୍ରିୱାଲଙ୍କୁ ଇଣ୍ଟରନେଟ୍‌ ଲସ୍‌ ସହିବାକୁ ପଡ଼ିଛି। ତେବେ କେଜ୍ରିୱାଲ ଏହାକୁ […]

kejri

Subrat Kumar Nayak
  • Published: Thursday, 19 December 2019
  • , Updated: 19 December 2019, 04:09 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ମାଗଣା ୱାଇଫାଇ ସ୍କିମ୍‌ ଆରମ୍ଭ କରିଥିବାବେଳେ ସେ ଏଥିପାଇଁ ଭୁଲ ତିଥି ଚୟନ କରିଥିବା କୁହାଯାଉଛି। କାରଣ ପୂର୍ବରୁ କିଛି ଆକଳନ କରିନଥିଲେ ଯେ, ଆଜି ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଥିଲା। ଅର୍ଥାତ ଏହି ମାଗଣା ଇଣ୍ଟରନେଟ୍‌ ସେବା ଆରମ୍ଭ ହେବା ଦିନ ହିଁ କେଜ୍ରିୱାଲଙ୍କୁ ଇଣ୍ଟରନେଟ୍‌ ଲସ୍‌ ସହିବାକୁ ପଡ଼ିଛି।

ତେବେ କେଜ୍ରିୱାଲ ଏହାକୁ ନେଇ କହିଛନ୍ତି ଏହା ସହିତ ଇଣ୍ଟରନେଟ୍‌ ବନ୍ଦର କୌଣସି ସମ୍ପର୍କ ନାହିଁ। କେଜ୍ରିୱାଲ କହିଛନ୍ତି, ୭୦% ଲୋକ ଭୟଭୀତ ଅଛନ୍ତି କାରଣ ସେମାନଙ୍କ ପାଖରେ ନାଗରିକତା ପ୍ରମାଣ କରିବା ପାଇଁ ଡକ୍ୟୁମେଣ୍ଟ ନଥିଲା। ନାଗରିକତା ଆଇନର କୌଣସି ସଂଶୋଧନର ଆବଶ୍ୟକତା ନଥିଲା। କେନ୍ଦ୍ର ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କରନ୍ତୁ।

https://twitter.com/ArvindKejriwal/status/1207572579394805761?s=20

Related story