କ୍ରେଜିୱାଲଙ୍କର ହେଲା କରୋନା ଟେଷ୍ଟ, ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମଙ୍ଗଳବାର ନୂଆ ଅପଡେଟ୍ ମିଳିଛି। ସୋମବାର ସ୍ୱାସ୍ଥ୍ୟ ଖରାପ ଯୋଗୁ ନିଜକୁ ଆଇସୋଲେଟ୍ କରିଥିବା ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କର ଆଜି କରୋନା ଟେଷ୍ଟ କରାଯାଇଛି। ମଙ୍ଗଳବାର ସକାଳେ ତାଙ୍କର ସାମ୍ପଲ ନିଆଯାଇଛି। ଏବେ କେବଳ ରିପୋର୍ଟକୁ ଅପେକ୍ଷା। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ତାଙ୍କ ଭିତରେ କରୋନାଭାଇରସର ସଂକ୍ରମଣ ଅଛି କି ନାହିଁ। ସୋମବାର ସିଏମ୍ କ୍ରେଜିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର […]

kejriwal

Ranjit Kumar Jena
  • Published: Tuesday, 09 June 2020
  • , Updated: 09 June 2020, 10:56 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମଙ୍ଗଳବାର ନୂଆ ଅପଡେଟ୍ ମିଳିଛି। ସୋମବାର ସ୍ୱାସ୍ଥ୍ୟ ଖରାପ ଯୋଗୁ ନିଜକୁ ଆଇସୋଲେଟ୍ କରିଥିବା ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କର ଆଜି କରୋନା ଟେଷ୍ଟ କରାଯାଇଛି।

ମଙ୍ଗଳବାର ସକାଳେ ତାଙ୍କର ସାମ୍ପଲ ନିଆଯାଇଛି। ଏବେ କେବଳ ରିପୋର୍ଟକୁ ଅପେକ୍ଷା। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ତାଙ୍କ ଭିତରେ କରୋନାଭାଇରସର ସଂକ୍ରମଣ ଅଛି କି ନାହିଁ। ସୋମବାର ସିଏମ୍ କ୍ରେଜିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଆସିଥିଲା।

ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହୋଇଥିଲା। ଏହି କାରଣରୁ ଦ୍ୱିପହରରେ ହେବାକୁଥିବା ବୈଠକକୁ ବାତିଲ କରିଦେଇଥିଲେ ଏବଂ  ନିଜକୁ ଆସୋଲେଟ୍ କରିଥିଲେ। ଡାକ୍ତର ମଧ୍ୟ ତାଙ୍କୁ କୋଭିଡ୍-୧୯ ପରୀକ୍ଷଣ କରାଇବାକୁ ପରାମର୍ଶ ଦେଇଥିଲେ। କ୍ରେଜିୱାଲଙ୍କର ଶୀଘ୍ର ସୁସ୍ଥ ହେବା ନେଇ କିଛି ରାଜନେତା ମଧ୍ୟ କାମନା କରିଥିଲେ।

Related story