କେଜ୍ରିୱାଲଙ୍କ ଚୋରି କାର୍ ମିଳିଲା, ଭିତରୁ ବାହାରିଲା ଖଣ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବହୁ ଚର୍ଚ୍ଚିତ ନୀଳ ରଙ୍ଗର ୱାଗନର କାର୍‌ଟି ତିନି ଦିନ ତଳେ ଚୋରି ହୋଇଯାଇଥିଲା। ଗାଜିୟାବାଦ ପୋଲିସ୍ କାର୍‌ଟିକୁ ମୋହନନଗରରୁ ଉଦ୍ଧାର କରିଛି। କାର୍ ଭିତରୁ ପୋଲିସ୍ ଏକ ଖଣ୍ଡା ଜବତ କରିଛି। ତେବେ ଚୋର ଧରାପଡ଼ି ନାହିଁ। ଗୁରୁବାର ଦିନ ଦିଲ୍ଲୀ ସଚିବାଳୟ ବାହାରୁ କାର୍‌ଟିକୁ ଚୋରି କରି ନିଆଯାଇଥିଲା। ଅପରାହ୍ନ ପ୍ରାୟ ଦୁଇଟା ବେଳେ  ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ବାହାରୁ କାର୍‌ଟିକୁ ଚୋରି କରାଯାଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ […]

car

car

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 11:32 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବହୁ ଚର୍ଚ୍ଚିତ ନୀଳ ରଙ୍ଗର ୱାଗନର କାର୍‌ଟି ତିନି ଦିନ ତଳେ ଚୋରି ହୋଇଯାଇଥିଲା। ଗାଜିୟାବାଦ ପୋଲିସ୍ କାର୍‌ଟିକୁ ମୋହନନଗରରୁ ଉଦ୍ଧାର କରିଛି। କାର୍ ଭିତରୁ ପୋଲିସ୍ ଏକ ଖଣ୍ଡା ଜବତ କରିଛି। ତେବେ ଚୋର ଧରାପଡ଼ି ନାହିଁ।

ଗୁରୁବାର ଦିନ ଦିଲ୍ଲୀ ସଚିବାଳୟ ବାହାରୁ କାର୍‌ଟିକୁ ଚୋରି କରି ନିଆଯାଇଥିଲା। ଅପରାହ୍ନ ପ୍ରାୟ ଦୁଇଟା ବେଳେ  ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ବାହାରୁ କାର୍‌ଟିକୁ ଚୋରି କରାଯାଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ କାର୍‌ଟି ଚୋରି ହୋଇଯାଇଥିଲା। ଏନେଇ ଆଇପି ଷ୍ଟେଟ୍ ଥାନାରେ ଅଭିଯୋଗ କରାଯାଇଥିଲା। ଏହା ପରେ ଦିଲ୍ଲୀ ପୋଲିସ୍ ମୁଖ୍ୟମନ୍ତ୍ରୀଙ୍କ କାର୍‌କୁ ଖୋଜିବା ପାଇଁ ମେରଟ ପର୍ଯ୍ୟନ୍ତ ଯାଇଥିଲା।

ଏହି କାର୍‌ଟି କେଜ୍ରିୱାଲଙ୍କର ଭାରି ଖାସ୍। ଏହି କାର୍‌ରେ ବସି ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ରାମଲୀଲା ମୈଦାନ ପର୍ଯ୍ୟନ୍ତ ଆସିଥିଲେ। ଏବେ କାର୍‌ଟି ଦଳୀୟ କାର୍ଯ୍ୟରେ ଲାଗିଛି। ଯେଉଁ ଦିନ କାର୍‌ଟି ଚୋରି ହୋଇଥିଲା ସେହିଦିନ ସେଥିରେ ଆପ୍‌ କର୍ମୀ ବନ୍ଦନା ସିଂହ କୌଣସି କାମରେ ସଚିବାଳୟ ଆସିଥିଲେ। କୌଣସି କାରଣରୁ ତାଙ୍କୁ ସେଦିନ ପାସ୍ ନମିଳିବାରୁ ସେ ସଚିବାଳୟ ଭିତରକୁ କାର୍‌ ନେଇପାରି ନଥିଲେ। ଗେଟ୍ ନମ୍ବର ୬ ଓ ୮ ମଧ୍ୟରେ ସେ କାର୍‌ଟିକୁ ପାର୍କ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos