କେରଳରେ ୟୁଡିଏଫ ଓ ଏଲ୍‌ଡିଏଫ୍‌ ମଧ୍ୟରେ ଚୁକ୍ତି ଭିତ୍ତିକ ରାଜନୀତି ଚାଲିଛି: ମୋଦି

କୋଚି: କେରଳରେ ୟୁଡିଏଫ ଓ ଏଲ୍‌ଡିଏଫ୍‌ ମଧ୍ୟରେ ଚୁକ୍ତି ଭିତ୍ତିକ ରାଜନୀତି ଚାଲିଛି। ଏହି ଦୁଇ ଦଳ ରାଜ୍ୟର ଶିକ୍ଷିତ ମତଦାତାଙ୍କୁ ଅପମାନିତ କରିଛନ୍ତି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୋଦି ଏକ ନିର୍ବାଚନୀ ସଭାରେ କହିଛନ୍ତି, କେରଳରେ ଏକ ନୂଆ ମଡେଲରେ ରାଜନୀତି ହେଉଛି। ଦୁଇ ଦଳ ନିଜକୁ ବଞ୍ଚାଇବା ପାଇଁ ନିଜ ମଧ୍ୟରେ ବୁଝାମଣା କରିଛନ୍ତି। ଆଜି ମୋଦିଙ୍କୁ ଆକ୍ରମଣ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୟୁଡିଏଫ୍‌ ୫ ବର୍ଷ ଓ ଏଲ୍‌ଡିଏଫ୍‌ […]

Modi

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 11:53 AM IST

କୋଚି: କେରଳରେ ୟୁଡିଏଫ ଓ ଏଲ୍‌ଡିଏଫ୍‌ ମଧ୍ୟରେ ଚୁକ୍ତି ଭିତ୍ତିକ ରାଜନୀତି ଚାଲିଛି। ଏହି ଦୁଇ ଦଳ ରାଜ୍ୟର ଶିକ୍ଷିତ ମତଦାତାଙ୍କୁ ଅପମାନିତ କରିଛନ୍ତି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ମୋଦି ଏକ ନିର୍ବାଚନୀ ସଭାରେ କହିଛନ୍ତି, କେରଳରେ ଏକ ନୂଆ ମଡେଲରେ ରାଜନୀତି ହେଉଛି। ଦୁଇ ଦଳ ନିଜକୁ ବଞ୍ଚାଇବା ପାଇଁ ନିଜ ମଧ୍ୟରେ ବୁଝାମଣା କରିଛନ୍ତି। ଆଜି ମୋଦିଙ୍କୁ ଆକ୍ରମଣ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୟୁଡିଏଫ୍‌ ୫ ବର୍ଷ ଓ ଏଲ୍‌ଡିଏଫ୍‌ ତା’ ପର ୫ ବର୍ଷ ଏପରି କରି କେରଳକୁ ଶାସନ କରିବାକୁ ବୁଝାମଣା କରିଛନ୍ତି ବୋଲି ମୋଦି କହିଛନ୍ତି। ୧୬ ମେ’ରେ କେରଳରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରରେ ଯାଇଥିବା ବେଳେ ମୋଦି ଏହା କହିଛନ୍ତି।

Related story