ନୂଆଦିଲ୍ଲୀ: କେରଳ ବହୁ ଚର୍ଚ୍ଚିତ ଲଭ୍ ଜିହାଦ୍ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। କେରଳର ହାଦିୟାଙ୍କ ବାପାଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ। ଆସନ୍ତା ନଭେମ୍ବର ୨୭ ତାରିଖରେ ହାଦିୟାଙ୍କୁ କୋର୍ଟରେ ହାଜର କରାଯାଉ ବୋଲି ନିର୍ଦ୍ଦେଶ ହୋଇଛି। ଏହାସହ ପରବର୍ତ୍ତି ଶୁଣାଣି ସେହି ଦିନ ହିଁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ହାଦିୟା ଓରଫ୍ ଅଖିଲାଙ୍କୁ ତାଙ୍କ ବାପ ଘରଲୋକେ ଜୋରଜବରଦସ୍ତ ରଖିଥିବା ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ ହାଦିୟାଙ୍କ ସ୍ୱାମୀ।
ପୂର୍ବରୁ ହାଦିୟାଙ୍କୁ ଧର୍ମାନ୍ତିକରଣ କରାଯାଇଥିବା ନେଇ କେରଳ ହାଇକୋର୍ଟ ରାୟ ଶୁଣାଇଥିଲେ। ଯାହା ପରେ ହାଦିୟାଙ୍କୁ ତାଙ୍କ ବାପାଙ୍କ ଦାୟିତ୍ୱରେ ଛାଡ଼ିଥିଲେ କେରଳ ହାଇକୋର୍ଟ। ସଫିନ୍ ଜାହାଁଙ୍କୁ ବିବାହ କରିବା ପରେ ହାଦିୟାଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆପତ୍ତି ଉଠାଇଥିଲେ ହାଦିୟାଙ୍କ ବାପା। ଘଟଣାରେ ଆତଙ୍କବାଦୀ ଲିଙ୍କ୍ ଥିବା ନେଇ ବି ଅଭିଯୋଗ କରିଥିଲେ ସେ। ତେବେ ଏହି ମାମଲାର ତଦନ୍ତ ବର୍ତ୍ତମାନ କେରଳ ପୋଲିସ ହାତରେ ନ୍ୟସ୍ତ କରିଛନ୍ତି ହାଇକୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।