କେରଳରେ ପାକିସ୍ତାନ ପତାକା ଉଡ଼ାଇଲେ ୩୦ ଛାତ୍ର

ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, ୧୪୭, ୧୫୩ ଅନୁଯାୟୀ ମାମଲା […]

kerala police

Subhransu Sekhar
  • Published: Saturday, 31 August 2019
  • , Updated: 31 August 2019, 04:34 PM IST

ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି।

ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, ୧୪୭, ୧୫୩ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏବେ ସେହି ଛାତ୍ରଙ୍କ ଚିହ୍ନଟ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସୋମବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ଆଶ୍ୱାସନା ଦେଇଛି।

Related story