ପି.ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଥିରୁଅନନ୍ତପୁରମ୍: ୭୨ ବର୍ଷୀୟ ସିପିଏମ୍ ନେତା ପିନାରାୟୀ ବିଜୟନ ବୁଧବାର କେରଳର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ୧୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେଣ୍ଟ୍ରାଲ୍ ଷ୍ଟାଡିୟମରେ କେରଳ ରାଜ୍ୟପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ପି. ସଥାଶିବମ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଛନ୍ତି,“ନୂଆ ସରକାର ଉପରେ କେରଳବାସୀଙ୍କର ବହୁତ ଆଶା ରହିଛି। ଆମେ ସେମାନଙ୍କ ଆଶାକୁ ବାସ୍ତବତାର ରୂପ […]

pinarayi-vijayan

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 01:42 PM IST

ଥିରୁଅନନ୍ତପୁରମ୍: ୭୨ ବର୍ଷୀୟ ସିପିଏମ୍ ନେତା ପିନାରାୟୀ ବିଜୟନ ବୁଧବାର କେରଳର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ୧୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେଣ୍ଟ୍ରାଲ୍ ଷ୍ଟାଡିୟମରେ କେରଳ ରାଜ୍ୟପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ପି. ସଥାଶିବମ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଛନ୍ତି,“ନୂଆ ସରକାର ଉପରେ କେରଳବାସୀଙ୍କର ବହୁତ ଆଶା ରହିଛି। ଆମେ ସେମାନଙ୍କ ଆଶାକୁ ବାସ୍ତବତାର ରୂପ ଦେବୁ।”

ଏଥର ନିର୍ବାଚନରେ ୧୪୦ ବିଶିଷ୍ଟ କେରଳ ବିଧାନସଭାରେ ସିପିଏମ୍‌ ନେତୃତ୍ୱାଧୀନ ଏଲ୍‌ଡିଏଫ୍ ୯୧ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମାତ୍ର ୪୭ଟି ଆସନ ପାଇଛି। ଆଉ ଦୁଇଟି ଆସନରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Related story