ସାଧାରଣ ବଜେଟ୍‌ର ୨୫ଟି ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରଥମଥର ଡିଜିଟାଲ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରତିରକ୍ଷା ଓ କୃଷିକୁ ମଧ୍ୟ ବଜେଟ ୨୦୨୧-୨୦୨୨ରେ ପ୍ରାଧ୍ୟାନ୍ୟ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ସାଧାରଣ ବଜେଟ୍‌ର ୨୫ଟି ବଡ଼ ଘୋଷଣା ୧- ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାର କରିବାକୁ ମ୍ୟାନୁଫାକଚରିଂ ସେକ୍ଟର ଉପରେ ଫୋକସ ୨-କୋଭିଡ-୧୯ ଟିକା ପାଇଁ ୩୫ ହଜାର […]

vf

Hemant Lenka
  • Published: Monday, 01 February 2021
  • , Updated: 01 February 2021, 06:35 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରଥମଥର ଡିଜିଟାଲ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରତିରକ୍ଷା ଓ କୃଷିକୁ ମଧ୍ୟ ବଜେଟ ୨୦୨୧-୨୦୨୨ରେ ପ୍ରାଧ୍ୟାନ୍ୟ ଦିଆଯାଇଛି।

ତେବେ ଆସନ୍ତୁ ଜାଣିବା ସାଧାରଣ ବଜେଟ୍‌ର ୨୫ଟି ବଡ଼ ଘୋଷଣା

୧- ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାର କରିବାକୁ ମ୍ୟାନୁଫାକଚରିଂ ସେକ୍ଟର ଉପରେ ଫୋକସ

୨-କୋଭିଡ-୧୯ ଟିକା ପାଇଁ ୩୫ ହଜାର କୋଟି

୩-ପୁରୁଣା ଗାଡ଼ି ରାସ୍ତାରୁ ହଟିବ, ଅଟୋମେଡେଟ୍‌ ଫିଟନେଶ ସେଣ୍ଟର ପ୍ରତିଷ୍ଠା ହେବ

୪-ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ୨.୦ ପାଇଁ ୧ ଲକ୍ଷ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ

୫-ଆସନ୍ତା ୫ ବର୍ଷ ମଧ୍ୟରେ ସ୍ୱଚ୍ଛ ପବନ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

୬-ସ୍ୱାସ୍ଥ୍ୟ ବଜେଟ୍‌କୁ ୯୪ ହଜାର କୋଟି ଟଙ୍କାରୁ ବୃଦ୍ଧି କରି ୨.୨୩ ଲକ୍ଷ କୋଟି ଟଙ୍କା କରାଯାଇଛି

୭-ଦେଶରେ ୧୭ଟି ସ୍ୱାସ୍ଥ୍ୟ ନୂଆ ସାଧାରଣ ସ୍ୱାସ୍ଥ୍ୟ ୟୁନିଟ ତିଆରି ହେବ

୮-ସହର ଗୁଡ଼ିକ ପାଇଁ ଜଳ ଜୀବନ ମିଶନ ଲଞ୍ଚ ହେବ

୯-ଆସନ୍ତା ବର୍ଷ ଦେଶରେ ୮୫୦୦ କିମି ନୂଆ ରାସ୍ତା ତିଆରି ହେବ

୧୦-ଭାରତମାଳା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ କିମି ରାସ୍ତା ତିଆରି ହୋଇଛି

୧୧-ତାମିଲନାଡୁ, ଆସାମ, କେରଳ ଓ ପଶ୍ଚିମବଙ୍ଗକୁ ନୂଆ ସଡ଼କ ଏବଂ କରିଡର ଉପହାର

୧୨-ବୀମା କ୍ଷେତ୍ରରେ ଏଫଡିଆ ପରିମାଣରକୁ ୪୯%ରୁ ବୃଦ୍ଧି କରି ୭୪% କରାଯାଇଛି

୧୩-ବୁଡ଼ି ଯାଇଥିବା କରଜକୁ ପୁଣି ହାସଲ କରିବାକୁ ତିଆରି ହେବ ମ୍ୟାନେଜମେଣ୍ଟ କମିଟି

୧୪-ପାରଦୀପ ସହ ଦେଶରେ ୫ଟି ‍ଫିଶିଂ ହବ

୧୫-ଦେଶରେ ଖୋଲିବ ଆଉ ୧୦୦ଟି ସୈନିକ ସ୍କୁଲ। ଲେହରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

୧୬-ଡିଜିଟାଲ ଉପାୟରେ ହେବ ଜନଗଣନା

୧୭-ଆର୍ଥିକ ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ୬.୮ ରହିବ

୧୮-ପେନସନ ପାଉଥିବା ବରିଷ୍ଠ ନାଗରିକଙ୍କୁ ଆୟକର ରିହାତି

୧୯-୯୫% ଡିଜିଟାଲ ନେଣଦେଣ ଓ ୧୦ କୋଟି ଟଙ୍କା ଯାଏ କାରବାର କରୁଥିବା କମ୍ପାନୀ ଗୁଡ଼ିକ ଅଡିଟ୍‌ରୁ ବାଦ୍‌ ରହିବେ

୨୦-ମହଙ୍ଗା ହେବ ମୋବାଇଲ ଫୋନ ଓ ଚାର୍ଜର

୨୧-କପର ଉପରେ ସୀମା ଶୁଳ୍କ ୨.୫% ଓ ଷ୍ଟିଲ ଉପରେ ସୀମା ଶୁଳ୍କ ହ୍ରାସ ପାଇଁ ୭.୫% ହୋଇଛି

୨୨-ସୁନା ଓ ରୂପା ଉପରେ ସୀମା ଶୁଳ୍କ ହ୍ରାସ ଘଟିଛି

୨୩-ବ୍ୟାଙ୍କ ବୁଡ଼ିଲେ ଏଣିକି ୧ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା ମିଳିବ

୨୪-ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନି

୨୫-ଏସି ଓ ଫ୍ରିଜ୍‌ ଉପରେ ସୀମା ଶୁଳ୍କ ବୃଦ୍ଧି

Related story