ହେଲିକପ୍ଟର ଦୁର୍ନୀତି: ଖ୍ରୀଷ୍ଟିଆନ ମିଚେଲଙ୍କୁ ହସ୍ତାନ୍ତର କରିବାକୁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କଲା ଭାରତ

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ଥିବା ଖ୍ରୀଷ୍ଟିଆନ ମିଚେଲଙ୍କୁ ହସ୍ତାନ୍ତର କରିବାକୁ ଭାରତ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଛି। ରାଜ୍ୟସଭାକୁ ସୂଚନା ଦେଇ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ କହିଛନ୍ତି, “ଏହି ଘଟଣାର ଯାଞ୍ଚ କରାଯାଉଛି ଓ ବ୍ରିଟିଶ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରାଯାଉଛି।” ଏହି ବିବାଦୀୟ ଚୁକ୍ତିରେ ୧୨୦ କୋଟି ଟଙ୍କାର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଇଟାଲୀର ଏକ କୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ […]

v.k.shing

Rakesh Mallick
  • Published: Thursday, 28 April 2016
  • , Updated: 28 April 2016, 03:32 PM IST

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ଥିବା ଖ୍ରୀଷ୍ଟିଆନ ମିଚେଲଙ୍କୁ ହସ୍ତାନ୍ତର କରିବାକୁ ଭାରତ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଛି। ରାଜ୍ୟସଭାକୁ ସୂଚନା ଦେଇ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ କହିଛନ୍ତି, “ଏହି ଘଟଣାର ଯାଞ୍ଚ କରାଯାଉଛି ଓ ବ୍ରିଟିଶ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରାଯାଉଛି।”

ଏହି ବିବାଦୀୟ ଚୁକ୍ତିରେ ୧୨୦ କୋଟି ଟଙ୍କାର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଇଟାଲୀର ଏକ କୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ତାଙ୍କ ସେକ୍ରେଟାରୀ ଅହମ୍ମଦ ପଟେଲ ଏବଂ ପୂର୍ବତନ ବାୟୁସେନା ମୁଖ୍ୟ ଏସ୍‌.ଏନ. ତ୍ୟାଗୀଙ୍କୁ ନୋଟିସ ପଠାଇଥିଲା। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ୧୨ ଜଣ ଭିଭିଆଇପିଙ୍କ ପାଇଁ ୧୨ଟି ହେଲିକପ୍ଟର କିଣାଯିବାକୁ ନେଇ ହୋଇଥିବା ଏହି ବିବାଦୀୟ ଚୁକ୍ତିକୁ ନେଇ ୨୦୧୩ରେ ସିବିଆଇ ଏକ ମାମଲା ରୁଜୁ କରିଛି।

କଂଗ୍ରେସ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ ମୂଲ୍ୟହୀନ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଦଳ ପକ୍ଷରୁ କୁହାଯାଇଛି, ୟୁପିଏ ସରକାର ଅଗସ୍ତା ୱେଷ୍ଟଲ୍ୟାଣ୍ଡ କମ୍ପାନୀକୁ କଳାତାଲିକା ଭୁକ୍ତ କରିଥିଲା। ଯାହାକୁ ମୋଦି ସରକାର କଳାତାଲିକାରୁ ହଟାଇ ଦେଇଛନ୍ତି।

କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର କଂଗ୍ରେସର ଏହି ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, କମ୍ପାନୀକୁ ଆଦୌ କଳାତାଳିକା ଭୁକ୍ତ କରାଯାଇନାହିଁ।

Related story