କଂଗ୍ରେସ ଛାଡ଼ିବା ପରେ ବିଜେପିରେ ମିଶିଲେ ଖୁସବୁ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। କଂଗ୍ରେସ ସହ ଦୀର୍ଘ ୬ ବର୍ଷର ସମ୍ପର୍କ ଛିନ୍ନ କରି ଆଜି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଖୁସବୁ ସୁନ୍ଦର ବିଜେପିରେ ସାମିଲ ହୋଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଖୁସବୁ ଦଳର ସାଧାରଣ ସମ୍ପାଦକ ସିଟି ରବି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଖୁସବୁ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ସାମିଲ ହୋଇଥିଲେ। […]

vf

Hemant Lenka
  • Published: Monday, 12 October 2020
  • , Updated: 12 October 2020, 02:42 PM IST

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। କଂଗ୍ରେସ ସହ ଦୀର୍ଘ ୬ ବର୍ଷର ସମ୍ପର୍କ ଛିନ୍ନ କରି ଆଜି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଖୁସବୁ ସୁନ୍ଦର ବିଜେପିରେ ସାମିଲ ହୋଇଛନ୍ତି।

ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଖୁସବୁ ଦଳର ସାଧାରଣ ସମ୍ପାଦକ ସିଟି ରବି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

ଖୁସବୁ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ସାମିଲ ହୋଇଥିଲେ। ତାମିଲନାଡୁରେ କଂଗ୍ରେସକୁ ସେ ଆଗକୁ ନେଇଥିଲେ। କିନ୍ତୁ ଏବେ ତାଙ୍କ ସ୍ୱରକୁ ଚାପି ଦିଆଯାଉଛି ଓ ସେ ଦଳରେ କଣୋଠେସା ହୋଇ ରହିଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସକୁ ବାଏବାଏ କହିଛନ୍ତି।

ସେ ଆଜି ତାଙ୍କ ଇସ୍ତଫାପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ। ଗତକାଲି ରାତିରେ ସେ ଚେନ୍ନାଇରୁ ଦିଲ୍ଲୀ ଆସିଥିବାରୁ ବିଜେପିରେ ମିଶିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଥିଲା।

Related story