କଂଗ୍ରେସ ଛାଡ଼ିଲେ ଅଭିନେତ୍ରୀ ଖୁସବୁ ସୁନ୍ଦର, ବିଜେପିରେ ମିଶିପାରନ୍ତି

ଚେନ୍ନାଇ: କଂଗ୍ରେସକୁ ପୁଣିଥରେ ଲାଗିଛି ବଡ଼ ଝଟକା। ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର କଂଗ୍ରେସକୁ ଆଜି ବାଏବାଏ କହିଛନ୍ତି। ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ଖୁସବୁ ଆଜି ଇସ୍ତଫା ଦେଇଛନ୍ତି। ଗତକାଲି ରାତିରେ ସେ ଚେନ୍ନାଇରୁ ଦିଲ୍ଲୀ ଆସିଛନ୍ତି। କୁହାଯାଉଛି ଯେ ସେ ଆଜି କିମ୍ବା ଆସନ୍ତକାଲି ବିଜେପିରେ ସାମିଲ ହେବେ। ସେ ସୋନିଆ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ବେଳେ ତାଙ୍କ […]

fa

Hemant Lenka
  • Published: Monday, 12 October 2020
  • , Updated: 12 October 2020, 10:21 AM IST

ଚେନ୍ନାଇ: କଂଗ୍ରେସକୁ ପୁଣିଥରେ ଲାଗିଛି ବଡ଼ ଝଟକା। ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର କଂଗ୍ରେସକୁ ଆଜି ବାଏବାଏ କହିଛନ୍ତି। ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ଖୁସବୁ ଆଜି ଇସ୍ତଫା ଦେଇଛନ୍ତି। ଗତକାଲି ରାତିରେ ସେ ଚେନ୍ନାଇରୁ ଦିଲ୍ଲୀ ଆସିଛନ୍ତି। କୁହାଯାଉଛି ଯେ ସେ ଆଜି କିମ୍ବା ଆସନ୍ତକାଲି ବିଜେପିରେ ସାମିଲ ହେବେ।

ସେ ସୋନିଆ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ବେଳେ ତାଙ୍କ ସ୍ୱରକୁ ଚାପି ଦିଆଯାଉଛି। ଯେଉଁମାନେ ଲୋକଙ୍କ ସହ ନ ରହି କେବଳ କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଆମ ଭଳି ଲୋକ, ଯେଉଁମାନେ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ଭାବିବା ପରେ ସେ ଦଳ ସମହ ସମସ୍ତ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଗତକାଲି ରାତିରେ ସେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ ନୋ କମେଣ୍ଟ କହି ଚାଲି ଯାଇଥିଲେ। ହେଲେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁସବୁ ପଦ୍ମ ଧରିବେ। ଏଥିସହ ଦଳ ତାଙ୍କୁ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିବ ବୋଲି ଜଣାପଡ଼ିଛି।

Related story