ଯୁଗ୍ମ-ଅଯୁଗ୍ମ ନିୟମ ଭାଙ୍ଗି କ୍ଷମା ମାଗିଲେ ସାଂସଦ ପରେଶ୍ ରାୱଲ୍

ନୂଆଦିଲ୍ଲୀ:  ବିଜେପି  ସାଂସଦ ତଥା ଅଭିନେତା ପରେଶ୍ ରାୱଲ୍ ଆଜି ଯୁଗ୍ମ-ଅଯୁଗ୍ମ ନିୟମ ଭାଙ୍ଗି କ୍ଷମା ମାଗିଛନ୍ତି। ପରେଶ୍ ଟ୍ୱିଟ୍ କରି ଲେଖିଛନ୍ତି,“ ମୋର ବଡ଼ ଭୁଲ୍ ହୋଇ ଯାଇଛି।  ସଂସଦ ଆସିବା ପାଇଁ ମୁଁ ଭୁଲ୍ କାର୍ ଚୟନ କରିଛି। ଏଥିପାଇଁ ମୁଁ କେଜ୍ରିୱାଲ୍ ଓ ଦିଲ୍ଲୀବାସୀଙ୍କୁ କ୍ଷମା ମାଗୁଛି।” ସେହିପରି ସାଂସଦ ରାଜେନ୍ଦ୍ର ଅଗ୍ରୱାଲ୍ ମଧ୍ୟ ଇଭନ୍ ନମ୍ୱର ଥିବା କାର୍‌ରେ ଆସି ସଂସଦ ପହଞ୍ଚିଥିଲେ। ସାଂସଦଙ୍କ ପାଖରେ ଗୋଟିଏ କାର୍ ରହିଛି ଏବଂ […]

Paresh-Rawal

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 09:26 AM IST

ନୂଆଦିଲ୍ଲୀ:  ବିଜେପି  ସାଂସଦ ତଥା ଅଭିନେତା ପରେଶ୍ ରାୱଲ୍ ଆଜି ଯୁଗ୍ମ-ଅଯୁଗ୍ମ ନିୟମ ଭାଙ୍ଗି କ୍ଷମା ମାଗିଛନ୍ତି। ପରେଶ୍ ଟ୍ୱିଟ୍ କରି ଲେଖିଛନ୍ତି,“ ମୋର ବଡ଼ ଭୁଲ୍ ହୋଇ ଯାଇଛି।  ସଂସଦ ଆସିବା ପାଇଁ ମୁଁ ଭୁଲ୍ କାର୍ ଚୟନ କରିଛି। ଏଥିପାଇଁ ମୁଁ କେଜ୍ରିୱାଲ୍ ଓ ଦିଲ୍ଲୀବାସୀଙ୍କୁ କ୍ଷମା ମାଗୁଛି।”

ସେହିପରି ସାଂସଦ ରାଜେନ୍ଦ୍ର ଅଗ୍ରୱାଲ୍ ମଧ୍ୟ ଇଭନ୍ ନମ୍ୱର ଥିବା କାର୍‌ରେ ଆସି ସଂସଦ ପହଞ୍ଚିଥିଲେ। ସାଂସଦଙ୍କ ପାଖରେ ଗୋଟିଏ କାର୍ ରହିଛି ଏବଂ ରାସ୍ତାରେ ଆସିବା ସମୟରେ ତାଙ୍କ ଗାଡ଼ିକୁ କିଏ ରୋକି ନ ଥିବା  ସାଂସଦଙ୍କ କାର୍  ଡ୍ରାଇଭର କହିଛି।

ଅନ୍ୟପକ୍ଷରେ ବିଜେପି ସାଂସଦ ରଞ୍ଜନ ଭଟ୍ଟ ଓ ହରିଓମ୍ ସିଂ ରାଠୋର ଡିଟିସି ପକ୍ଷରୁ ଚାଲିଥିବା ବସ୍ ଯୋଗେ ସଂସଦ  ଆସିଥିଲେ।

Related story