ଶ୍ରୀନଗର: ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ଆଇଇଡି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ହାକୁରା ବୋଡ଼ାସଗାମ୍ଠାରେ ଏଭଳି ଘଟଣା ଘଟିଛି।
‘ବ୍ୟାକ୍ ଟୁ ଭିଲେଜ୍’ ନାମରେ ଏକ ସରକାରୀ କାର୍ଯ୍ୟକ୍ରମ ସମୟରେ ଏଭଳି ବିସ୍ଫୋରଣ ଘଟିଥିଲା। ଏଥିରେ ଆହତମାନଙ୍କୁ ତୁରନ୍ତ ଅନନ୍ତନାଗ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା।
ମଙ୍ଗଳବାର ଅପରାହ୍ଣରେ କଶ୍ମୀର ବିଶ୍ୱବିଦ୍ୟାଳୟ ସାମ୍ନାରେ ହୋଇଥିବା ଏକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ସାର ସୟଦ୍ ଫାଟକ ନିକଟରେ ଥିବା ଏକ ମାର୍କେଟ୍ଠାରେ ଏଭଳି ବିସ୍ଫୋରଣ ଘଟିଥିଲା।
ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣ ବାବଦରେ ପ୍ରାକ୍ ସୂଚନା ନଥିଲା। ତେବେ ଏହା ଗ୍ରେନେଡ୍ ଜନିତ ବିସ୍ଫୋରଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
National
ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି
ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
National
ଦରମା ଥିଲା ୧୩ ହଜାର, କିନ୍ତୁ ଠକି ନେଲା ୨୧ କୋଟି: ଗର୍ଲଫ୍ରେଣ୍ଡକୁ ଦେଇଥିଲା 4BHK ଫ୍ଲାଟ
ପୁଲିସ୍ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Politics
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।