ଗୋରକ୍ଷା ନାମରେ ମଣିଷ ମାରୁଥିବା ବ୍ୟକ୍ତିର ପୂଜା ଗ୍ରହଣୀୟ ନୁହେଁ:ମୋଦି

ଅହମ୍ମଦାବାଦ: ଶେଷରେ ନିରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୋ ରକ୍ଷାକୁ କେନ୍ଦ୍ର କରି ସମଗ୍ର ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ସମସ୍ତଙ୍କୁ ଚକିତ କଲା ଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ମୋଦି କହିଛନ୍ତି ଯେ, ଗୋରକ୍ଷା ନାମରେ ମଣିଷ ମାରୁଥିବା ବ୍ୟକ୍ତିର ପୂଜା ଗ୍ରହଣୀୟ ନୁହେଁ। ଏହି ଦେଶରେ ଆଇନକୁ ନିଜ ହାତକୁ ନେବାର ଅଧିକାର କାହାରି ନାହିଁ। ସେ କହିଥିଲେ ଗୋମାତାର ସୁରକ୍ଷା ଅପରିହାର୍ଯ୍ୟ। ହେଲେ ପ୍ରକୃତ ଗୋସୁରକ୍ଷାର ମନ୍ତ୍ର ମହାତ୍ମା […]

Untitled-1

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 04:39 PM IST

ଅହମ୍ମଦାବାଦ: ଶେଷରେ ନିରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୋ ରକ୍ଷାକୁ କେନ୍ଦ୍ର କରି ସମଗ୍ର ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ସମସ୍ତଙ୍କୁ ଚକିତ କଲା ଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ମୋଦି କହିଛନ୍ତି ଯେ, ଗୋରକ୍ଷା ନାମରେ ମଣିଷ ମାରୁଥିବା ବ୍ୟକ୍ତିର ପୂଜା ଗ୍ରହଣୀୟ ନୁହେଁ। ଏହି ଦେଶରେ ଆଇନକୁ ନିଜ ହାତକୁ ନେବାର ଅଧିକାର କାହାରି ନାହିଁ।

ସେ କହିଥିଲେ ଗୋମାତାର ସୁରକ୍ଷା ଅପରିହାର୍ଯ୍ୟ। ହେଲେ ପ୍ରକୃତ ଗୋସୁରକ୍ଷାର ମନ୍ତ୍ର ମହାତ୍ମା ଗାନ୍ଧୀଙ୍କଠାରୁ ଅନ୍ୟ କେହି ଅଧିକ ଦେଇପାରିବେ  ନାହିଁ। ଗୋ ସୁରକ୍ଷା ନାରେ ମଣିଷଙ୍କୁ ହତ୍ୟା କଥାକୁ ସେ କେବେବି ଗ୍ରହଣ କରି ନ ଥାନ୍ତେ। ତେଣୁ ଗୋ ଭକ୍ତିନାମରେ ମଣିଷ ମାରି ପୂଜା କରିବା ଗ୍ରହଣୀୟ ନୁହଁ ବୋଲି ସେ କହିଛନ୍ତି। ଆଜି ଗୁଜରାଟର ସାବରମତି ଆଶ୍ରମରେ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ମୋଦି ଏକଥା କହିଛନ୍ତି। ସେହିପରି ମୋଦି ଏ ସମ୍ପର୍କରେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଆମେ ହେଉଛନ୍ତି ଅହିଁସା ଭୂମିର ସନ୍ତାନ। ମହାତ୍ମା ଗାନ୍ଧୀଙ୍କ ମାଟିର ସନ୍ତାନ ଆମେ। ଏହାକୁ କେହି ଭୁଲି ଯିବା କଥା ନୁହେଁ।  ସେହିପରି କୌଣସି ସମସ୍ୟାର ସମାଧାନ ହିଂସାର ମାର୍ଗରେ ହୋଇପାରେନା ବୋଲି ମୋଦି କହିଛନ୍ତି।

Related story