କାଲି ଟ୍ରମ୍ପକୁ ଭେଟିବେ କିମ୍ ଜନ ଉନ୍: ସାରା ବିଶ୍ୱର ରହିଛି ନଜର

ନୂଆଦିଲ୍ଲୀ: ସିଙ୍ଗାପୁରରେ ଏବେ ବିଶ୍ୱବାସୀଙ୍କ ନଜର। କାରଣ ସେଠାରେ ହେବାକୁ ଯାଉଛି ଏକ ଐତିହାସିକ ଆଲୋଚନା । ଗୋଟିଏ ପଟେ ଶକ୍ତିଶାଳି ଆମେରିକାର ରାଷ୍ଟ୍ରମୁଖ୍ୟ ଡୋନାଲଡ ଡ୍ରମ୍ପ  ଆଉ  ସାମ୍ନାରେ ଆଣବିକ ଶକ୍ତିରେ ଶକ୍ତିଶାଳୀ ଉତ୍ତରକୋରିଆ। ଆଉ ରାଷ୍ଟ୍ରପତି କିମ୍ ଜନ ଉନ୍‌ଙ୍କ ସହ କ’ଣ ରହିବ ଆଲୋଚନାର ଆଭିମୁଖ୍ୟ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଏଥିପାଇଁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟମାନେ ସିଙ୍ଗାପୁରରେ ପହଞ୍ଚିସାରିଛନ୍ତି।   ଆସନ୍ତାକାଲି ହେବାକୁ ଯାଉଛି ଉଭୟଙ୍କ ମଧ୍ୟରେ ଭେଟଘାଟ। ଉତ୍ତରକୋରିଆର […]

skynews-donald-trump-kim-jong-un_4332605

skynews-donald-trump-kim-jong-un_4332605

Rakesh Mallick
  • Published: Monday, 11 June 2018
  • Updated: 11 June 2018, 07:32 PM IST

Sports

Latest News

ନୂଆଦିଲ୍ଲୀ: ସିଙ୍ଗାପୁରରେ ଏବେ ବିଶ୍ୱବାସୀଙ୍କ ନଜର। କାରଣ ସେଠାରେ ହେବାକୁ ଯାଉଛି ଏକ ଐତିହାସିକ ଆଲୋଚନା । ଗୋଟିଏ ପଟେ ଶକ୍ତିଶାଳି ଆମେରିକାର ରାଷ୍ଟ୍ରମୁଖ୍ୟ ଡୋନାଲଡ ଡ୍ରମ୍ପ  ଆଉ  ସାମ୍ନାରେ ଆଣବିକ ଶକ୍ତିରେ ଶକ୍ତିଶାଳୀ ଉତ୍ତରକୋରିଆ। ଆଉ ରାଷ୍ଟ୍ରପତି କିମ୍ ଜନ ଉନ୍‌ଙ୍କ ସହ କ’ଣ ରହିବ ଆଲୋଚନାର ଆଭିମୁଖ୍ୟ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଏଥିପାଇଁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟମାନେ ସିଙ୍ଗାପୁରରେ ପହଞ୍ଚିସାରିଛନ୍ତି।   ଆସନ୍ତାକାଲି ହେବାକୁ ଯାଉଛି ଉଭୟଙ୍କ ମଧ୍ୟରେ ଭେଟଘାଟ। ଉତ୍ତରକୋରିଆର ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ପହଞ୍ଚିଥିବା ବେଳେ ଟ୍ରମ୍ପ ଏକ ଅତ୍ୟାଧୁନିକ ବିମାନରେ ସିଙ୍ଗାପୁରରେ ଅବତରଣ କରିଛନ୍ତି।

ଏପରିକି ଆଲୋଚନାକୁ ନେଇ ବେଶ ଉତ୍ସାହିତ ଥିବା ଟ୍ରମ୍ପ ଟ୍ୱିଟ୍‌ କରିଛନ୍ତି। ସେପଟେ ଉତ୍ତରକୋରିଆ ପକ୍ଷରୁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି।  ଆସନ୍ତାକାଲି ସିଙ୍ଗାପୁର ଏକ ବିଳାସମୟ ହୋଟେଲରେ ଦିନ ୯ଟା ସମୟରେ ହେବ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ।  ଏହି ସାକ୍ଷାତକାର ରୂପରେଖ କଣ ରହିବ ସେନେଇ କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆମେରିକାର ବୈଦେଶିକ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଦୁଇ ରାଷ୍ଟ୍ରମୁଖ୍ୟ ମଙ୍ଗଳବାର ସକାଳେ  ପରସ୍ପରକୁ ଭେଟିବେ।

ଏଥିରେ  କେବଳ ସେମାନଙ୍କର ଟ୍ରାନ୍ସ ଲେଟର ଉପସ୍ଥିତ ରହିବେ।  କୌଣସି ପରାମର୍ଶ ଦାତା କିମ୍ବା ସହଯୋଗୀଙ୍କୁ ଏହି ଆଲୋଚନା ବେଳେ ଉପସ୍ଥିତ ହେବାକୁ ଅନୁମତି ମିଳିବ ନାହିଁ  । ପ୍ରଥମ ଅଧିବେଶନ ଶେଷ ହେବା ପରେ ଆରମ୍ଭ ହେବ ଦ୍ୱିତୀୟ ଅଧିବେଶନ।  କିନ୍ତୁ କେତେ ସମୟ ଧରି ପ୍ରଥମ ଅଧିବେଶନ ହେବ ତାହା ଜଣାପଡିନାହିଁ।  ଦ୍ୱିତୀୟ  ବୈଠକରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପରାମର୍ଶଦାତା ମାନେ ଉପସ୍ଥିତ ରହିବେ। ପୂର୍ବରୁ ଆମେରିକା ଏହି ଆଲୋଚନା ପାଇଁ କଠିନ ସର୍ତ୍ତ ରଖିଥିଲା।  ଏପରିକି ଉତ୍ତରକୋରିଆ ପକ୍ଷରୁ ସମସ୍ତ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସର୍ତ୍ତ ରହିଥିଲା । ଏହା ବଦଳରେ ଉତ୍ତରକୋରିଆକୁ ଆର୍ଥିକ କଟକଣାକୁ କୋହଳ କରାଯିବ ବୋଲି ଘୋଷଣା କରିଥିଲା।   ଯଦିଓ ପରମାଣୁ ନିରସ୍ତ୍ରୀକରଣ ଉପରେ ଗୁରୁତ୍ୱ ଦେଉଛି ତଥାପି ଏ ପର୍ଯ୍ୟନ୍ତ ଆମେରିକାର ସର୍ତ୍ତରେ ଉତ୍ତରକୋରିଆ ରାଜି ହୋଇ ନାହିଁ । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି  ଡୋନାଲଡ୍‌ ଟ୍ରମ୍ପ ଆଲୋଚନାକୁ ବାତିଲ କରି ଦେଇଥିଲେ ମଧ୍ୟ ପୁଣିଥରେ ଏବେ ଭେଟିବାକୁ ସମ୍ମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos