ରାସ୍ତା ଉପରେ ଅଜଗର, ନାକେଦମ ହେଲା ବନ ବିଭାଗ

ମୁମ୍ବାଇ: ରାସ୍ତା ଉପରେ ୮ ଫୁଟ୍ ଲମ୍ବର ବିରାଟ ଅଜଗର। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେଓ୍ୱରେ। ଅଜଗର ନାଁ ଶୁଣି ଲୋକଙ୍କ ମନରେ ଛନକା ପଶି ଯାଇଥିଲେ ମଧ୍ୟ ଦେଖିବାକୁ ଭି଼ଡ଼ ଜମିଥିଲା। ରାସ୍ତା ଉପରକୁ ଏତେ ବଡ଼ ସାପ ଚାଲି ଆସିବା ପରେ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ିଛନ୍ତି। […]

snake

Niharika Rout
  • Published: Tuesday, 22 September 2020
  • , Updated: 22 September 2020, 10:18 AM IST

ମୁମ୍ବାଇ: ରାସ୍ତା ଉପରେ ୮ ଫୁଟ୍ ଲମ୍ବର ବିରାଟ ଅଜଗର। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେଓ୍ୱରେ। ଅଜଗର ନାଁ ଶୁଣି ଲୋକଙ୍କ ମନରେ ଛନକା ପଶି ଯାଇଥିଲେ ମଧ୍ୟ ଦେଖିବାକୁ ଭି଼ଡ଼ ଜମିଥିଲା।

ରାସ୍ତା ଉପରକୁ ଏତେ ବଡ଼ ସାପ ଚାଲି ଆସିବା ପରେ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ିଛନ୍ତି।

ସାପଟିକୁ ଉଦ୍ଧାର ପାଇଁ ଚେଷ୍ଟା କରାଯିବା ବେଳେ ଏହା ରାସ୍ତା ଉପରେ ଏଣେତେଣେ ଯିବାକୁ ଲାଗିଥିଲା। ଏପରିକି ଏକ କାର୍‌ ଚକା ତଳେ ଏହା ଗୁଡ଼ାଇ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା। ବହୁ କସରତ ପରେ ବନ ବିଭାଗ କର୍ମଚାରୀ ସାପଟିକୁ ଉଦ୍ଧାର କରିଥିଲେ।

Related story