ନୂଆଦିଲ୍ଲୀ: ରାଜସ୍ଥାନରେ ଗୁଜ୍ଜର ସଂପ୍ରଦାୟଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା କିରୋରି ସିଂହ ବୈଂଶାଲ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କିରୋରି ସିଂହ ବୈଂଶଲ ଏବଂ ତାଙ୍କ ପୁଅ ବିଜୟ ବୈଂଶଲ ପଦ୍ମ ଧରିଛନ୍ତି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରକାଶ ଜାଭଡେକର ଦଳକୁ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଦ୍ୱିତୀୟ ଥର ପାଇଁ କିରୋରି ସିଂହ ବୈଂଶଲ ବିଜେପିରେ ସାମିଲ ହୋଇଛନ୍ତି। ୨୦୦୯ରେ ସେ ଟୋଙ୍କ-ସାୱାଇ ମାଧୋପୁର ଆସନରୁ କଂଗ୍ରେସ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ତେବେ ନିର୍ବାଚନ ହାରିବା ପରେ ସେ ଦଳଠାରୁ ଦୂରେଇ ଯାଇଥିଲେ।
ଗୁଜ୍ଜର ସଂପ୍ରଦାୟ ମଧ୍ୟରେ କିରୋରି ସିଂହ ବୈଂଶଲଙ୍କ ବେଶ ଦବଦବା ରହିଛି। ତେଣୁ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ଏହା ନିଶ୍ଚିତ ଫାଇଦା ଦେବ ବୋଲି ରାଜନୀତିକ ସମୀକକ୍ଷମାନେ ମତଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହସ୍ପିଟାଲ ସୁରକ୍ଷାକୁ ନେଇ ଏତେ ମାନ୍ଦା କାହିଁକି? ବେଙ୍ଗଲକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ବିଳମ୍ବ ହେଉଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
Politics
ଜମି ଦୁର୍ନୀତି ମାମଲା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କଲା ଇଡି
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।
National
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ବଡ଼ ଆତଙ୍କବାଦୀ କହିଲେ ମେହବୁବା ମୁଫତି
ଇସ୍ରାଏଲ ପ୍ରଧାନମନ୍ତ୍ରୀ ଲେବାନନ ଓ ପାଲେଷ୍ଟାଇନକୁ ଗ୍ୟାସ ଚ୍ୟାମ୍ବରରେ ପରିଣତ କରିଛନ୍ତି। ସେଠାରେ ସେ ହଜାର ହଜାର ଲୋକଙ୍କୁ ହତ୍ୟା କରୁଥିବା ମୁଫତି କହିଛନ୍ତି।
National
କ୍ଷମତା ପ୍ରୟୋଗ କଲେ ସୁପ୍ରିମକୋର୍ଟ, ଆଇଆଇଟିରେ ପଢ଼ିବେ ଅତୁଲ କୁମାର
୧୮ ବର୍ଷୀୟ ଅତୁଲ କୁମାର ଶେଷ ପ୍ରୟାସରେ ଆଇଆଇଟି ଧାନବାଦରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିଲେ।
Crime
୪୫ ଦିନ ହେବ ଶୋଇନାହିଁ ଲେଖି ଝୁଲି ପଡିଲେ ବଜାଜ କମ୍ପାନୀ କର୍ମଚାରୀ
ଅତ୍ୟଧିକ କାର୍ଯ୍ୟଚାପ କାରଣରୁ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି।