କିସ୍‌ କମ୍ପିଟିସନ୍‌ ପ୍ରେମରେ ବିଧାୟକ : ଚୁମା ଦିଆନିଆ ହେଲେ ମାଳ ମାଳ ଦମ୍ପତ୍ତି

ରାଞ୍ଚି: ସର୍ବସାଧାରଣରେ ଚୁମ୍ବନ ପ୍ରତିଯୋଗିତା। ସମସ୍ତଙ୍କ ଆଗରେ ଚାଲିଲା ଚୁମା ଦିଆନିଆ।  ସବୁକିଛି ଥିଲା ଖୁଲମଖୋଲା। ଝାଡ଼ଖଣ୍ଡର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପକୁର ଜିଲ୍ଲା ଡୁମରିଆ ଗାଁରେ ଏମିତି ଏକ ଅଦ୍ଭୁତ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଭଳି କାର୍ଯ୍ୟକ୍ରମର ମୁଖ୍ୟ କାର୍ପଟଦାର ହେଉଛନ୍ତି ଦୁଇ ଜଣ ବିଧାୟକ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଦୁଇ ଜଣ ବିଧାୟକ ଏହି ପ୍ରତିଯୋଗିତା ଆୟୋଜନ କରି ଏବେ ଫସିଯାଇଛନ୍ତି। ଏହି ପ୍ରତିଯୋଗିତାରେ କେବଳ ବିବାହିତ ଦମ୍ପତିମାନେ ଭାଗ ନେଇଥିଲେ। […]

kissing compitition

kissing compitition

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 05:02 PM IST

Sports

Latest News

ରାଞ୍ଚି: ସର୍ବସାଧାରଣରେ ଚୁମ୍ବନ ପ୍ରତିଯୋଗିତା। ସମସ୍ତଙ୍କ ଆଗରେ ଚାଲିଲା ଚୁମା ଦିଆନିଆ।  ସବୁକିଛି ଥିଲା ଖୁଲମଖୋଲା। ଝାଡ଼ଖଣ୍ଡର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପକୁର ଜିଲ୍ଲା ଡୁମରିଆ ଗାଁରେ ଏମିତି ଏକ ଅଦ୍ଭୁତ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଭଳି କାର୍ଯ୍ୟକ୍ରମର ମୁଖ୍ୟ କାର୍ପଟଦାର ହେଉଛନ୍ତି ଦୁଇ ଜଣ ବିଧାୟକ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଦୁଇ ଜଣ ବିଧାୟକ ଏହି ପ୍ରତିଯୋଗିତା ଆୟୋଜନ କରି ଏବେ ଫସିଯାଇଛନ୍ତି।

ଏହି ପ୍ରତିଯୋଗିତାରେ କେବଳ ବିବାହିତ ଦମ୍ପତିମାନେ ଭାଗ ନେଇଥିଲେ।  ଆଦିବାସୀଙ୍କ ମଧ୍ୟରେ ଦିନକୁ ଦିନ ବଢ଼ୁଥିବା ଛାଡ଼ପତ୍ର ମାମଲାକୁ ବନ୍ଦ କରିବା ଏବଂ ପରସ୍ପର ମଧ୍ୟରେ ଭଲ ପାଇବାକୁ ଅତୁଟ ରଖିବାକୁ ଏହି ପ୍ରତିଯୋଗିତା କରାଯାଥିବା ଜେଏମ୍ଏମ୍ ବିଧାୟକ କହିଛନ୍ତି। ସୂଚନା ଅନୁଯାୟୀ ଝାଡଖଣ୍ଡର ଡୁମରିଆ ଗାଁରେ ପ୍ରତିବର୍ଷ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସିମନ ମାରାଣ୍ଡିଙ୍କ ଦ୍ୱାରା ଏକ ମେଳାର ଆୟୋଜନ ହୁଏ। ଏହି ମେଳାର ନାଁ ହେଉଛି ଡୁମରିଆ କାହ୍ନୁ ମେଳା। ଏଥିରେ ଆଦିବାସୀ ଓ ପାହାଡ଼ିଆ ସମାଜର ଲୋକମାନେ ଭାଗ ନେଇଥାନ୍ତି। ମେଳାରେ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଆଦିବାସୀ ନୃତ୍ୟ ଓ ସଂଗୀତ ମଧ୍ୟ ପରିବେଷଣ କରାଯାଏ। ହେଲେ ପ୍ରଥମ ଥର ପାଇଁ ଏହି ମେଳାରେ ଚୁମ୍ବନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ବିଧାୟକ ସାଇମନ୍ ମାରାଣ୍ଡି ଏହି ପ୍ରିତଯୋଗିତାରେ ଉପସ୍ଥିତ ରହିଥିଲେ। ତେବେ ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ବିଭିନ୍ନ ସଂଗଠନ ଏହି ପ୍ରିତଯୋଗିତାକୁ ବିରୋଧ କରିଛନ୍ତି।  ଏନେଇ ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ଶାଖା ଉପସଭାପତି ହେମଲାଲ ମୁର୍ମୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜେଏମଏମର ଏହି ଦୁଇ ବିଧାୟକ ଏଭଳି ପ୍ରତିଯୋଗିତା ଆୟୋଜନ କରି ଆଦିବାସୀ ସଂସ୍କୃତିକୁ ଅପମାନିତ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ବିଧାୟକ ଦୁଇଜଣଙ୍କ ଇସ୍ତଫା ସହ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos