କାହିଁକି ପାଳନ କରାଯାଇଥାଏ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’, ଜାଣନ୍ତୁ...

ନୂଆଦିଲ୍ଲୀ: ଆଜି ହେଉଛି ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’। ପ୍ରତିବର୍ଷ ୧୯ ଅଗଷ୍ଟ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ଭାବରେ ପାଳନ କରାଯାଇଥାଏ। ସାରା ବିଶ୍ୱର ଫଟୋଗ୍ରାଫର ମଧ୍ୟ ଆଜିର ଦିନକୁ ଧୁମ୍‌ଧାମରେ ପାଳନ କରିଥାନ୍ତି। ଯେଉଁ ଫଟୋଗ୍ରାଫର୍‌ମାନେ ସୃଷ୍ଟିର ସୁନ୍ଦର ଚିତ୍ରକୁ ଫଟୋଗ୍ରାଫି ଜରିଆରେ କଏଦ୍ କରିଛନ୍ତି, ଆଜିର ଦିନଟି ସେହିମାନଙ୍କୁ ସମର୍ପିତ ହୋଇଛି। ଆଜିର ସମୟରେ ଫଟୋ ଜରିଆରେ ଆମେ ନିଜ ଜୀବନର ସୁନ୍ଦର ସମୟକୁ କ୍ୟାମେରାରେ ବାନ୍ଧି ରଖିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି […]

photo1

photo1

Puspanjali Panda
  • Published: Monday, 19 August 2019
  • Updated: 19 August 2019, 03:06 PM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’। ପ୍ରତିବର୍ଷ ୧୯ ଅଗଷ୍ଟ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ଭାବରେ ପାଳନ କରାଯାଇଥାଏ। ସାରା ବିଶ୍ୱର ଫଟୋଗ୍ରାଫର ମଧ୍ୟ ଆଜିର ଦିନକୁ ଧୁମ୍‌ଧାମରେ ପାଳନ କରିଥାନ୍ତି।

ଯେଉଁ ଫଟୋଗ୍ରାଫର୍‌ମାନେ ସୃଷ୍ଟିର ସୁନ୍ଦର ଚିତ୍ରକୁ ଫଟୋଗ୍ରାଫି ଜରିଆରେ କଏଦ୍ କରିଛନ୍ତି, ଆଜିର ଦିନଟି ସେହିମାନଙ୍କୁ ସମର୍ପିତ ହୋଇଛି। ଆଜିର ସମୟରେ ଫଟୋ ଜରିଆରେ ଆମେ ନିଜ ଜୀବନର ସୁନ୍ଦର ସମୟକୁ କ୍ୟାମେରାରେ ବାନ୍ଧି ରଖିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଫଟୋଗ୍ରାଫି କିଏ ଆରମ୍ଭ କରିଥିଲେ ? କାହିଁକି ୧୯ ଅଗଷ୍ଟ ଦିନ ୱାର୍ଲଡ୍‌ ଫଟୋଗ୍ରାଫି ଡେ' ପାଳନ କରାଯାଇଥାଏ ? ଆସନ୍ତୁ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ର ଇତିହାସ ବିଷୟରେ ଜାଣିବା।

ଐତିହାସିକଙ୍କ ମତରେ ଆଜିଠାରୁ ୧୭୯ ବର୍ଷ ପୂର୍ବେ ୧୮୩୯, ୯ ଜାନୁଆରୀ ଦିନ ଫଟୋଗ୍ରାଫି ଆରମ୍ଭ ହୋଇଥିଲା। ଜୋସେଫ୍‌ ନାଇସଫୋର୍‌ ଓ ଲୁଇସ୍‌ ଡାଗୋର୍‌ ନାମରେ ଦୁଇ ଜଣ ବୈଜ୍ଞାନିକ ‘ଡାଗୁଏରୋଟାଇପ୍‌ ପ୍ରକ୍ରିୟା’ର ଆରମ୍ଭ କରିଥିଲେ। ‘ଡାଗୁଏରୋଟାଇପ୍‌ ପ୍ରକ୍ରିୟା’ ହେଉଛି ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା। ଏହି ଉଦ୍ଭାବନର ଘୋଷଣା ଫ୍ରାନ୍ସ ସରକାର ୧୮୩୯ ମସିହା ୧୯ ଅଗଷ୍ଟ ଦିନ କରିଥିଲେ। ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୯ ଅଗଷ୍ଟ ଦିନ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ। ତେବେ ଏହି ଦିନର ଲୋକପ୍ରିୟତା ୨୦୧୦ ମସିହାରୁ ବଢ଼ିବା ଆରମ୍ଭ ହୋଇଥିଲା।

୨୦୧୦ ମସିହାରେ ଅଷ୍ଟ୍ରେଲିଆର ଜଣେ ଫଟୋଗ୍ରାଫର୍‌ ଏହି ଦିନ ବିଷୟରେ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ କରିଥିଲେ। ସେ ତାଙ୍କର ୨୭୦ ବନ୍ଧୁ ଫଟୋଗ୍ରାଫର୍‌ଙ୍କ ସାଥିରେ ମିଶି ଅନଲାଇନ୍‌ ଗ୍ୟାଲେରୀ ଆକାରରେ ଲୋକଙ୍କ ସମ୍ମୁଖରେ ସେମାନଙ୍କ ଶ୍ରେଷ୍ଠ ଫଟୋ ପ୍ରଦର୍ଶନ କରିଥିଲେ। ଏହି ଅନଲାଇନ୍‌ ଫଟୋ ଗ୍ୟାଲେରୀ ଏକ ଟ୍ରେଣ୍ଡ ହୋଇଯାଇଥିଲା ଏବଂ ପ୍ରତିବର୍ଷ ୱାର୍ଲଡ୍‌ ଫଟୋଗ୍ରାଫି ଡେ' ଦିନ ଏହିପରି ଅନଲାଇନ୍‌ ଗ୍ୟାଲେରୀର ପ୍ରଦର୍ଶନ ହୋଇଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos