କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଏହି ୬ ଜଣ କିଏ

ପଠାନକୋଟ: ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ପଞ୍ଜାବ ପଠାନକୋଟର ସ୍ୱତନ୍ତ୍ର ଅଦାଲତର ବିଚାରପତି ଜଷ୍ଟିସ୍ ତେଜଓ୍ୱିନ୍ଦର ସିଂହ। ଏହି ଘଟଣାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଜଣେ ବିଶାଲ ରାମ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି। ଜମ୍ମୁ କଶ୍ମୀରରେ ଭାରତୀୟ ପେନାଲ କୋଡ(ଆଇପିସି) ଲାଗୁ ହେଉନଥିବାରୁ ଏଠାରେ ରନବିର ପେନାଲ କୋଡ(ଆରପିସି) ଲାଗୁ ହୋଇଥାଏ। ଆଇପିସି ଭଳି ଆରଏନବି ଏକ ଦଣ୍ଡବିଧାନ ବ୍ୟବସ୍ଥା। ୬ […]

accused-kathua-rape-pti

accused-kathua-rape-pti

Subhransu Sekhar
  • Published: Monday, 10 June 2019
  • Updated: 10 June 2019, 07:04 PM IST

Sports

Latest News

ପଠାନକୋଟ: ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ପଞ୍ଜାବ ପଠାନକୋଟର ସ୍ୱତନ୍ତ୍ର ଅଦାଲତର ବିଚାରପତି ଜଷ୍ଟିସ୍ ତେଜଓ୍ୱିନ୍ଦର ସିଂହ। ଏହି ଘଟଣାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଜଣେ ବିଶାଲ ରାମ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି।

ଜମ୍ମୁ କଶ୍ମୀରରେ ଭାରତୀୟ ପେନାଲ କୋଡ(ଆଇପିସି) ଲାଗୁ ହେଉନଥିବାରୁ ଏଠାରେ ରନବିର ପେନାଲ କୋଡ(ଆରପିସି) ଲାଗୁ ହୋଇଥାଏ। ଆଇପିସି ଭଳି ଆରଏନବି ଏକ ଦଣ୍ଡବିଧାନ ବ୍ୟବସ୍ଥା। ୬ ଜଣ ଦୋଷୀଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଡ ଗାଁର ମୁଖିଆ ଓ ତାର ସାଙ୍ଗ ଏବଂ ଚାରି ଜଣ ପୁଲିସ ଅଧିକାରୀ ଅଛନ୍ତି। ଦୋଷମୁକ୍ତ ହୋଇଥିବା ବ୍ୟକ୍ତି ମୁଖ୍ୟ ଅଭିଯୁକ୍ତର ପୁଅ ବୋଲି ସୂଚନା ରହିଛି।

ଗତବର୍ଷ ୧୦ ଜାନୁଆରୀରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଏହି ଦୁଷ୍କର୍ମ ଘଟଣା ହୋଇଥିଲା। ଜଣେ ଆଠ ବର୍ଷର ନାବାଳିକାକୁ ଅପହରଣ କରି ସପ୍ତାହେ ଧରି ସେମାନେ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକା ଜଣଙ୍କ ହତ୍ୟାର ଶିକାର ହୋଇଥିଲା। ନାବାଳିକାର ପରିବାର ଲୋକେ ଝିଅ ନିଖୋଜ ହେବା ନେଇ ଥାନାରେ ଏତଲା ଦେବା ପରେ ଜାନୁଆରୀ ୧୭, ୨୦୧୮ରେ ନାବାଳିକାର ମୃତ ଦେହ ଉଦ୍ଧାର କରିଥିଲା ପୁଲିସ।

ଜାଣନ୍ତୁ କିଏ ଏହି ଦୋଷୀ ?

ସାଞ୍ଜି ରାମ

ନାବାଳିକା ଦୁଷ୍କର୍ମ ଘଟଣାର ସାଞ୍ଜି ରାମ ହେଉଛି ମାଷ୍ଟର ମାଇଣ୍ଡ। ସେ ଗାଁର ମୁଖିଆ ହେବା ସହ ଜଣେ ପୂଜକ ଥିଲା। କଠୁଆ ଜିଲ୍ଲାର ଦେବୀସ୍ଥାନ ନାମକ ସ୍ଥାନରେ ଅପହରଣ ଓ ଗଣଦୁଷ୍କର୍ମର ଶିକାର ହୋଇଥିଲା ଏହି ନାବାଳିକା। ଏହି କୁତ୍ସିତ କାରନାମାକୁ ଲୁଚାଇବା ପାଇଁ ସାଞ୍ଜି ରାମ ଚାରିଜଣ ପୁଲିସ ଅଧିକାରୀଙ୍କୁ ପ୍ରଚୁର ଟଙ୍କା ଦେଇଥିଲା।

ତେଣୁ ରନବୀର ପେନାଲ କୋଡ(ଆରପିସି) ଦଫା ୧୨୦(ବି) (ଅପରାଧ ଷଡ଼ଯନ୍ତ୍ର), ଦଫା ୩୦୨(ହତ୍ୟା), ଦଫା ୩୭୬ଡି(ଗଣଦୁଷ୍କର୍ମ) ଲାଗିଛି।

ବିଶାଲ ରାମ(ସାଞ୍ଜି ରାମର ପୁଅ)

ମାଷ୍ଟର ମାଇଣ୍ଡ ସାଞ୍ଜି ରାମର ପୁଅ। ଉତ୍ତର ପ୍ରଦେଶ ମୀରପୁର ସ୍ଥିତ ଏକ କଲେଜର ବିଏସସି କୃଷି ବିଭାଗର ଛାତ୍ର। ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ବେଳେ ପାଖରେ ଉପସ୍ଥିତ ଥିଲା। କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

ଏସପିଓ ଦୀପକ ଖଜୁରିଆ

ଦୀପକ ଖଜୁରିଆ ହିରନଗର ପୁଲିସ ଷ୍ଟେସନର ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) । ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ ସହ ମିଶି ସେ ଦୁଷ୍କର୍ମ ଘଟଣାକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲା। ଏମିତିକି ନାବାଳିକାର ଅପହରଣ ଓ ହତ୍ୟାରେ ମଧ୍ୟ ଦୀପକ ଖଜୁରିଆ ସାମିଲ ରହିଛି।

ତେଣୁ ତା ବିରୋଧରେ ଆରପିସିର ଦଫା ୩୦୨(ହତ୍ୟା) ଓ ଦଫା ୩୭୬ଡି(ଗଣଦୁଷ୍କର୍ମ) ଲାଗିଛି।

ଏସପିଓ ସୁରିନ୍ଦର ବର୍ମା

ସୁରିନ୍ଦର ମଧ୍ୟ ହିରନଗର ପୁଲିସ ଷ୍ଟେସନର ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ)। ସେ ଏସପିଓ ଦୀପକ ଖଜୁରିଆଙ୍କୁ ସହଯୋଗ କରିଥିବା ପ୍ରମାଣିତ ହୋଇଛି।

ତେଣୁ ତା ବିରୋଧରେ ଆରପିସିର ଦଫା ୨୦୧ (ପ୍ରମାଣ ନଷ୍ଟ) ଲାଗିଛି।

ପରଭେଶ କୁମାର

ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମର ବନ୍ଧୁ ବୋଲି ଜଣାପଡ଼ିଛି। ଅପହରଣ କରିବାରେ ସହଯୋଗ କରିବା ଏବଂ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିବା ପ୍ରମାଣିତ ହୋଇଛି। ତେଣୁ  ତା ବିରୋଧରେ ଆରପିସିର ଦଫା ୩୦୨(ହତ୍ୟା), ଦଫା ୩୭୬ଡି(ଗଣ ଦୁଷ୍କର୍ମ) ଲାଗିଛି।

ସବ୍ ଇନସପେକ୍ଟର ଆନନ୍ଦ ଦତ୍ତ

କଠୁଆ ଦୁଷ୍କର୍ମ ଘଟଣାର ତଦନ୍ତ ଭାର ପ୍ରଥମେ ଆନନ୍ଦ ଦତ୍ତଙ୍କୁ ଦିଆଯାଇଥିଲା। ହେଲେ ଏହି ଘଟଣାକୁ ଲୁଚାଇବା ପାଇଁ ସେ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ପ୍ରମାଣିତ ହୋଇଛି। ଉଭୟ ଦତ୍ତ ଏବଂ ଜଣେ ହେଡ କନଷ୍ଟେବଲ ତିଲକ ରାଜ ଅପରାଧୀଙ୍କ ଡ୍ରେସରେ ଲାଗିଥିବା ଦାଗକୁ ଅନ୍ୟତ୍ର ଧୋଇ ପ୍ରମାଣ ନଷ୍ଟ କରିଥିଲେ ଏବଂ ତଦନ୍ତ ବେଳେ ଆବଶ୍ୟକ ପ୍ରମାଣ ଜବତ କରିନଥିଲେ ଏହି ସବ ଇନସପେକ୍ଟର। ତେଣୁ  ତା ବିରୋଧରେ ଆରପିସିର ଦଫା ୨୦୧ (ପ୍ରମାଣ ନଷ୍ଟ) ଲାଗିଛି।

ତିଲକ ରାଜ, ହେଡ୍ କନଷ୍ଟେବଲ

ଏହି ଘଟଣାର ତଦନ୍ତରେ ସାମିଲ ଥିଲେ। ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ ଏସଆଇ ଦତ୍ତଙ୍କୁ ଦେଇଥିବା ଲାଞ୍ଚର ଅଂଶୀଦାର ଥିଲେ। ତେଣୁ ତା ବିରୋଧରେ ଆରପିସିର ଦଫା ୨୦୧ (ପ୍ରମାଣ ନଷ୍ଟ) ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story