ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତା ଓ ସାଂପ୍ରଦାୟିକ ଘୃଣା ବଢୁଥିବା ଅଭିଯୋଗ କରି କୁନ୍ଦନ ଶାହ ଏବଂ ସଇଦ୍ ମିର୍ଜାଙ୍କ ସମେତ ୨୪ ଜଣ ବଲିଉଡର ଫିଲ୍ମ ନିର୍ମାତା ରାଷ୍ଟ୍ରୀୟ ପୁରସ୍କାର ଫେରାଇ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଭେଙ୍କୟା ନାଇଡୁ କହିଛନ୍ତି ଏହାଦ୍ୱାରା ଭାରତର ଛବି ଖରାପ ହେବାରେ ଲାଗିଛି। ଖୁବ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ। କୁନ୍ଦନ ଶାହ କହିଛନ୍ତି ଆଜିର ପରିସ୍ଥିତିରେ ନ୍ୟାସନାଲ୍ ଫିଲ୍ମ ପୁରସ୍କାର ଜିତିଥିବା ଫିଲ୍ମ ‘ଜାନେ ଭି ଦୋ ୟାର’ ଭଳି ଫିଲ୍ମ ନିର୍ମାଣ କରିବା କଷ୍ଟକର। ଅସହିଷ୍ଣୁତାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ସାରା ଦେଶରେ ବ୍ୟାପ୍ତହେବା ପୂର୍ବରୁ ଏହାକୁ ରୋକାଯିବାକୁ ଉଦ୍ୟମ କରାଯିବା ଜରୁରୀ ହୋଇ ପଡିଛି ବୋଲି ସେ କହିଛନ୍ତି। ଏହା କଂଗ୍ରେସ ଓ ବିଜେପି କଥା ନୁହଁ । ଆମ ପାଇଁ ଦୁଇ ଦଳ ସମାନ। ମୋ ସିରିଏଲ ପୋଲିସ ଷ୍ଟେସନକୁ କଂଗ୍ରେସ ବନ୍ଦ କରିଥିଲା।
ସୂଚନାଯୋଗ୍ୟ,ଏହାପୂର୍ବରୁ ଦୀପାଙ୍କର ବନାର୍ଜି, ନିଷ୍ଠା ଜୈନ ତଥା ଆନନ୍ଦ ପଟ୍ଟବର୍ଦ୍ଧନ ସମେତ ୧୧ ଅନ୍ୟ ଫିଲ୍ମ ନିର୍ମାତା ନିଜ ପୁରସ୍କାର ଫେରାଇ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।