ମହିଳା ମାଫିଆଙ୍କ ଦୌରାତ୍ମ୍ୟ: ମଦ ବିରୋଧରେ ଲଢ଼ିବାରୁ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଯୁବତୀ ଓ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ? ନିର୍ଭୟା ଘଟଣା ପରେ ଏମିତି କିଛି ପ୍ରଶ୍ନ ଉଠିବାରେ ଲାଗିଥିଲା। ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ବି କେହି ପାଇନାହାଁନ୍ତି। ଦିନ ଗଡ଼ି ଚାଲିଛି, ଏହାସହ ବଢି ଚାଲିଛି ରାଜଧାନୀରେ ମହିଳାଙ୍କ ଉପରେ ଏପରି ନିର୍ଯାତନା ଓ ଅତ୍ୟାଚାର। ଯେଉଁଠି  ରାସ୍ତାରେ ଏକୁଟିଆ ଯିବାକୁ ଝିଅମାନେ ଭୟ କରିଥାନ୍ତି, ସେଠାରେ ମଦ ବିକ୍ରିକୁ ବିରୋଧ କରି ବିଚ୍‌ ରାସ୍ତାରେ ବେଇଜତ୍‌ ହୋଇଛନ୍ତି ଜଣେ […]

dcw-mafia

dcw-mafia

Rakesh Mallick
  • Published: Friday, 08 December 2017
  • Updated: 08 December 2017, 02:50 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଯୁବତୀ ଓ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ? ନିର୍ଭୟା ଘଟଣା ପରେ ଏମିତି କିଛି ପ୍ରଶ୍ନ ଉଠିବାରେ ଲାଗିଥିଲା। ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ବି କେହି ପାଇନାହାଁନ୍ତି। ଦିନ ଗଡ଼ି ଚାଲିଛି, ଏହାସହ ବଢି ଚାଲିଛି ରାଜଧାନୀରେ ମହିଳାଙ୍କ ଉପରେ ଏପରି ନିର୍ଯାତନା ଓ ଅତ୍ୟାଚାର। ଯେଉଁଠି  ରାସ୍ତାରେ ଏକୁଟିଆ ଯିବାକୁ ଝିଅମାନେ ଭୟ କରିଥାନ୍ତି, ସେଠାରେ ମଦ ବିକ୍ରିକୁ ବିରୋଧ କରି ବିଚ୍‌ ରାସ୍ତାରେ ବେଇଜତ୍‌ ହୋଇଛନ୍ତି ଜଣେ ମହିଳା। ଆଉ କେହି ନୁହେଁ କିଛି ମହିଳା ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହିଳା ଆୟୋଗର ଭଲେଣ୍ଟର ଭାବେ କାମ କରୁଥିବା ଏହି ମହିଳା ଜଣଙ୍କ। ମାଫିଆମାନେ ଦିନ ଦ୍ୱିପ୍ରବହରରେ ତାଙ୍କ କପଡ଼ା ଫାଡିବା ସହ ଅଦ୍ଧଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଛନ୍ତି। ଏତିକିରେ ଶାନ୍ତି ପଡ଼ି ନାହାଁନ୍ତି ଏହି ‘ସମାଜ ବିରୋଧୀ କିଡ଼ା’। ଲୁହା ରାଡ଼ରେ ନିସ୍ତୁକ ପିଟିଛନ୍ତି ମଧ୍ୟ।

ନରେଲା ଅଞ୍ଚଳରେ ଅବାଧରେ ବିକ୍ରି ହେଉଥିବା ମଦକୁ ବିରୋଧ କରିଥିଲେ ମହିଳା ଆୟୋଗର ଏହି ଭଲେଣ୍ଟର ଜଣଙ୍କ। ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଓ ଡିସିଡବ୍ଲ୍ୟୁ ଚଢାଇ କରି ବିପୁଳ ପରିମାଣରେ ମଦ ଜବତ କରିଥିଲେ। ଯାହାକୁ ନେଇ ମଦ ମାଫିଆମାନେ ରାଗରେ ଥିଲେ। କିଛି ମହିଳା ମଦ ମାଫିଆ ଗୁରୁବାର ଦିନ ଭଲେଣ୍ଟର ଜଣଙ୍କୁ ରାସ୍ତାରେ ଧରି ନିସ୍ତୁକ ମାଡ଼ ମାରିବା ସହ କପଡ଼ା ଫାଡି ରାସ୍ତାରେ ବୁଲାଇବା ସହ ମଦ ଜବତ ହୋଇଥିବା ସ୍ଥାନକୁ ନେଇଥିଲେ।

Untitledଡିଏସ୍‌ପି ରୋହିଣି ରଜନିଶ ଗୁପ୍ତାଙ୍କ ଅନୁସାରେ ପୀଡିତା ଭଲେଣ୍ଟର ଜଣଙ୍କ ପରିବାର ସହ ନରେଲା ଅଞ୍ଚଳରେ ରୁହନ୍ତି। ସେ ନିଶାମୁକ୍ତ ସମାଜ ଗଠନ ପାଇଁ କାମ କରନ୍ତି। ଅଞ୍ଚଳରେ ଘରେ ଘରେ ମଦ ବିକ୍ରିକୁ ସେ ବିରୋଧ କରିଥିଲେ। ମଦ ବିକ୍ରି କରୁଥିବା ମହିଳାଙ୍କ ବିରୋଧରେ ସେ ମହିଳା ଆୟୋଗରେ ଅଭିଯୋଗ କରିଥିଲେ। ଏହାପରେ ମହିଳା ଆୟୋଗ ଓ ପୋଲିସ୍‌ ମିଳିତ ଚଢାଉ କରି ମତ ଜବତ କରାଯାଇଥିଲା।

ନିର୍ଯାତିତ ହେବା ପରେ ମହିଳା ଏକ ଭିଡିଓ ଛାଡିଛନ୍ତି। ଏଥିରେ ସେ କହିଛନ୍ତି- “ମୁଁ ଗାଡି ଛାଡି ଜୀବନ ବଞ୍ଚାଇବାକୁ ଦୌଡିବା ଆରମ୍ଭ କରିଥିଲି। ହେଲେ ଇଜ୍ଜତ ବଞ୍ଚାଇ ପାରିଲି ନାହିଁ। ସେମାନେ ମୋ କପଡ଼ା ଫାଡିଲେ, ସମସ୍ତଙ୍କ ସମ୍ମୁଖରେ ବେଇଜତ କଲେ। ସେହି ଅବସ୍ଥାରେ ମୋତେ ଘୋଷାଡି ଘୋଷାଡି ଯେଉଁଠି ମଦ ଧରାଇଥିଲି ସେଠାକୁ ନେଇଥିଲେ। ଲୁହା ରଡ଼ରେ ମଧ୍ୟ ପିଟିଲେ। କିଛି ବି ଅପରାଧ କରିନାହିଁ, ମୁଁ ତ କେବଳ ନିଶା ବିରୋଧରେ ଲଢେଇ କରୁଥିଲି।”

ମହିଳା ଆୟୋଗ ମୁଖ୍ୟ ସ୍ୱାତି ଜୟହିନ୍ଦି ଘଟଣା ପାଇଁ ପୋଲିସକୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଯେଉଁ ଘରୁ ମଦ ଜବତ କରାଯାଇଥିଲା ତାହା ପୋଲିସ୍‌ ଷ୍ଟେସନଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି। ପୋଲିସ୍‌କୁ ଏକଥା କାହିଁକି ଜଣା ନଥିଲା ସେଠାରେ ବେଆଇନ୍‌ ଭାବେ ମଦ ବିକ୍ରି କରାଯାଉଛି ? ସବୁ ଜାଣି ବଟି ନେଇ ପୋଲିସ୍‌ ଚୁପ୍‌ ହୋଇ ବସି ରହୁଛି। ଏହାର ପରିମାଣ ଏବେ ଦେଖିବାକୁ ମିଳିଛି। ମହିଳା ଆୟୋଗର କର୍ମୀ ମଧ୍ୟ ସୁରକ୍ଷିତ ନୁହଁନ୍ତି। ଯେଉଁମାନେ ଭଲେଣ୍ଟରଙ୍କ କପଡ଼ା ଫାଡି ଉଲଗ୍ନ ବୁଲାଇଥିଲେ ସେମାନଙ୍କୁ ପୋଲିସ୍‌ କେବେ ଗିରଫ କରିବ ?”

ସେହିପରି ମହିଳା ଆୟୋଗ ଏହି ଘଟଣାରେ ଡିସିପିଙ୍କୁ ନୋଟିସ୍‌ ପଠାଇଛି। ଡିସିପି ରୋହିଣୀଙ୍କ ଉପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାର ଦୋଷ ଲଗାଯାଇଛି। ୨୧ ଡିସେମ୍ବରକୁ ମହିଳା ଆୟୋଗ ଆଗରେ ହାଜର ହେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୋଲିସ୍‌ ଟ୍ୱିଟ୍‌ କରିଛି। ଏହାକୁ ମହିଳାଙ୍କ ମଧ୍ୟରେ ଝଗଡା ବୋଲି କୁହାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟ୍ୱିଟ୍‌ରେ କୁହାଯାଇଛି। ଏହାସହ ଏହା ବି କୁହାଯାଇଛି ଯେ, ଘଟଣା ଘଟିଥିବା ସ୍ଥାନରୁ ପୋଲିସ୍‌ ଷ୍ଟେସନ ୫୦ ମିଟର ନୁହେଁ ୫ କିମି ଦୂରରେ ରହିଛି। ଚଳିତବର୍ଷ ବେଆଇନ ମଦ ବିକ୍ରି ମାମଲାରେ ୫୫ଟି ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story