ଲାଗୁ ହେଲା ୱାନ୍ ରାଙ୍କ୍ ୱାନ୍ ପେନସନ୍; ସଂପୂର୍ଣ୍ଣ ସନ୍ତୁଷ୍ଟ ନୁହଁନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଦାବି ପରେ ଆଜି କେନ୍ଦ୍ର ସରକାର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ୱାନ୍ ରାଙ୍କ୍ ୱାନ୍ ପେନସନ୍ ବା ଓଆରଓପି। ଅର୍ଥାତ ଏଣିକ ଗୋଟିଏ ରାଙ୍କରେ ଅବସର ନେଇଥିବା ସମସ୍ତ ସେନା କର୍ମଚାରୀ ପାଇବେ ସମାନ ପେନସନ୍। ସେନା କର୍ମଚାରୀଙ୍କ ବିଧବା ପତ୍ନୀ ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ବିଧବା ପତ୍ନୀମାନଙ୍କ ପାଇଁ ବି ଲାଗୁ ହେବ ଏହି ନିମୟ। ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ପ୍ରତିରକ୍ଷା […]

manoharparikar

manoharparikar

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 10:51 AM IST

Sports

Latest News

[caption id="attachment_29816" align="alignleft" width="300"]satbir ଅବସରପ୍ରାପ୍ତ ମେଜର ଜେନେରାଲ ସତବୀର ସିଂହ[/caption]

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଦାବି ପରେ ଆଜି କେନ୍ଦ୍ର ସରକାର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ୱାନ୍ ରାଙ୍କ୍ ୱାନ୍ ପେନସନ୍ ବା ଓଆରଓପି। ଅର୍ଥାତ ଏଣିକ ଗୋଟିଏ ରାଙ୍କରେ ଅବସର ନେଇଥିବା ସମସ୍ତ ସେନା କର୍ମଚାରୀ ପାଇବେ ସମାନ ପେନସନ୍। ସେନା କର୍ମଚାରୀଙ୍କ ବିଧବା ପତ୍ନୀ ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ବିଧବା ପତ୍ନୀମାନଙ୍କ ପାଇଁ ବି ଲାଗୁ ହେବ ଏହି ନିମୟ। ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ପ୍ରତିରକ୍ଷା ମନ୍ତ୍ରୀ ଓଆରଓପି ଲାଗୁ କରାଯିବା ସଂପର୍କରେ ଘୋଷଣା କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଜୁଲାଇ ୧, ୨୦୧୪ରୁ ପିଛିଲା ଭାବେ ୱାନ୍ ରାଙ୍କ୍ ୱାନ୍ ପେନସନ୍ ଯୋଜନା ଲାଗୁ କରାଯିବ। ଏଥିପାଇଁ ସରକାରଙ୍କ ଉପରେ ୮ ଜହାରରୁ ୧୦ ହଜାର ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ତେବେ ସରକାର ଦେଶର ଯବାନମାନଙ୍କୁ ସମ୍ମାନ କରନ୍ତି। ତେଣୁ ସେମାନଙ୍କ ପାଇଁ ସରକାର ଏହି ବୋଝକୁ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ୱାନ୍ ରାଙ୍କ୍ ୱାନ୍ ପେନସନ୍ ନେଇ ପ୍ରତି ୫ ବର୍ଷରେ ଥରେ ରିଭାଇଜ୍ କରାଯିବ। ସଦ୍ୟ ଓ ଅତୀତର ପେନସନଧାରୀଙ୍କ ମଧ୍ୟରେ ରହୁଥିବା ତାରତମ୍ୟକୁ ପ୍ରତି ୫ ବର୍ଷରେ ଥରେ କମ୍ କରାଯିବ। ଏରିଅରଗୁଡ଼ିକୁ ୪ ମାସରେ ଥରେ ଦିଆଯିବ। ତେବେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବିଧବା ପତ୍ନୀ ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ବିଧବା ପତ୍ନୀମାନଙ୍କୁ ଗୋଟିଏ କିସ୍ତିରେ ଏରିଅର ପ୍ରଦାନ କରାଯିବ।

ସମାନ ରାଙ୍କ ଓ ସମାନ ଅବଧିର ଚାକିରି କରି ଅବସର ନେଇଥିବା ସେନା କର୍ମଚାରୀମାନଙ୍କ ପେନସନ୍ ପୁନଃ ନିର୍ଦ୍ଧାରଣ କରାଯିବ। ୨୦୧୩ର ପେନସନକୁ ନେଇ ଏହାକୁ ନିର୍ଦ୍ଧାରଣ କରାଯିବ। ୨୦୧୩ ସୁଦ୍ଧା ସବୁଠାରୁ ଅଧିକ ଓ ସବୁଠାରୁ କମ୍ ପେନସନର ହାରାହାରିକୁ ନେଇ ପେନସନର ପରିମାଣ ପୁନଃ ନିର୍ଦ୍ଧାରଣ କରାଯିବ।

ସାମ୍ବାଦିକ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଆରଓପି ନେଇ ଜଣେ ସଦସ୍ୟ ବିଶିଷ୍ଟ ବିଚାରବିଭାଗୀୟ କମିଟି ଗଠନ କରାଯିବ। ଏହି କମିଟି ଓଆରଓପି ସଂପର୍କରେ ୬ ମାସ ମଧ୍ୟରେ ରିପୋର୍ଟ ଦେବ।

ଏହି ଅବସରରେ ସେ ପୂର୍ବର ଉପା ସରକାରଙ୍କୁ ମଧ୍ୟ ହାଲକା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ପୂର୍ବ ସରକାର ଓଆରଓପି ନେଇ ଏକ ଦୃଢ଼ ଯୋଜନା ପ୍ରସ୍ତୁତ କରି ନଥିଲେ। କେବଳ ଆନୁମାନିକ ଭାବେ ଏକ ଆକଳନ କରି ଥିଲେ ଓ କହିଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଏହି ଦାବି ପୂରଣ ପାଇଁ ୫୦୦ କୋଟି ଟଙ୍କା ଅଧିକ ବ୍ୟୟ ବରାଦ କରିବାକୁ ପଡ଼ିବ। କିନ୍ତୁ ବାସ୍ତବ କଥା ହେଉଛି କେବଳ ଏରିଅର ବାବଦକୁ ସରକାରଙ୍କୁ ୧୦ ରୁ ୧୨ ହଜାର କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ହେବ।

ଓଆରଓପି ଲାଗୁ କରାଯିବା ନେଇ ସରକାରଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ। ଅବସରପ୍ରାପ୍ତ ମେଜର ଜେନେରାଲ ସତବୀର ସିଂହ କହିଛନ୍ତି ଯେ ଓଆରଓପି ନେଇ ସରକାରଙ୍କ ଘୋଷଣାକୁ ସେମାନେ ସ୍ୱାଗତ କରୁଛନ୍ତି। ତେବେ ଓଆରଓପି ନେଇ ସରକାରଙ୍କ ସମସ୍ତ ଘୋଷଣାରେ ସେମାନେ ସନ୍ତୁଷ୍ଟ ନାହାନ୍ତି। ସତବୀର ସିଂହ କହିଛନ୍ତି ଯେ ସେମାନେ ସରକାରଙ୍କ ଆଗରେ ୬ଟି ଦାବି ରଖିଥିଲେ। କିନ୍ତୁ ସରକାର ମାତ୍ର ଗୋଟିଏ ଗ୍ରହଣ କରିଛନ୍ତି। ଆଉ ୫ଟିକୁ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି। ଭିଆରଏସ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା। ତେବେ ସରକାର ଏନେଇ କିଛି କହି ନାହାନ୍ତି। ପ୍ରିମାଚ୍ୟୁର ରିଟାୟାରମେଣ୍ଟ କ୍ଷେତ୍ରରେ ଓଆରଓପି ଲାଗୁ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ଏହା ଗ୍ରହଣୀୟ ନୁହେଁ। ଓଆରଓପି ନେଇ ଜଣେ ସଦସ୍ୟ ବିଶିଷ୍ଟ ଏକ କମିଟି ସରକାର ଘୋଷଣା କରିଛନ୍ତି। କିନ୍ତୁ ସେମାନଙ୍କର ଦାବି ଥିଲା ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି। ଏହି କମିଟିରେ ସେନାର ଅବସରପ୍ରାପ୍ତ ୩  ଜଣ କର୍ମଚାରୀଙ୍କୁ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ତା’ସହିତ ବର୍ତ୍ତମାନର ଜଣେ ସେନା ଅଧିକାରୀ ସହିତ ଆଉ ଜଣେ ସଦସ୍ୟ ସରକାରଙ୍କ ପସନ୍ଦର ରହିବେ ବୋଲି କୁହାଯାଇଥିଲା। ସେହିପରି ୫ ବର୍ଷରେ ଥରେ ଓଆରଓପି ରିଭାଇଜ୍ କରିବା ନେଇ ସରକାର ନେଇଥିବା ନିଷ୍ପତ୍ତିକୁ ମଧ୍ୟ ସେମାନେ ଗ୍ରହଣ କରିପାରିବେ ନାହିଁ ବୋଲି ସତବୀର କହିଛନ୍ତି। କାରଣ ଏହାକୁ ପ୍ରତି ବର୍ଷ ରିଭାଇଜ୍ କରିବା ପାଇଁ ଦାବି କରାଯାଇଥିଲା। ତେବେ ଆଗକୁ ଏସବୁ ନେଇ ଆନ୍ଦୋଳନ ଜାରି ରହିବ ନା ନାହିଁ ସେ ନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ଏହି ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story