ଲଳିତଙ୍କଠାରୁ ସୁଷମା ସ୍ୱରାଜ କେତେ ଟଙ୍କା ନେଇଛନ୍ତି କହିଦେଲେ ସଂସଦ ସ୍ୱଭାବିକ ହେବ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲଳିତ ଗେଟ୍ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଲଳିତ ମୋଦିଙ୍କ ନିକଟରୁ ସୁଷମା ଓ ତାଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି ଯଦି ବୈଦେଶିକ ମନ୍ତ୍ରୀ ସେ ନେଇ ସୂଚନା ଦେବେ, ତବେ ସଂସଦ ସ୍ୱଭାବିକ ହେବ। ସେପଟେ ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା। ଲୋକସଭାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ […]

Rahul-Gandhi

Rahul-Gandhi

Rakesh Mallick
  • Published: Monday, 10 August 2015
  • Updated: 10 August 2015, 03:10 PM IST

Sports

Latest News

ନୂଆଦିଲ୍ଲୀ: ଲଳିତ ଗେଟ୍ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଲଳିତ ମୋଦିଙ୍କ ନିକଟରୁ ସୁଷମା ଓ ତାଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି ଯଦି ବୈଦେଶିକ ମନ୍ତ୍ରୀ ସେ ନେଇ ସୂଚନା ଦେବେ, ତବେ ସଂସଦ ସ୍ୱଭାବିକ ହେବ। ସେପଟେ ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା। ଲୋକସଭାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ବାଚସ୍ପତି ସୁମିତ୍ରା ମହାଜନ ଏକ ବୈଠକ ଡକାଇଥିଲେ।

ସେପଟେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, କଂଗ୍ରେସ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚାହୁଁନି। ସୁଷମାଙ୍କୁ ଆଳ କରି ଦଳ ସଂସଦର ଚଳିତ ଅଧିବେଶନରେ ଗୁରୁତ୍ୱତ୍ପୂର୍ଣ୍ଣ ଜିଏସଟି ସମ୍ୱିଧାନ ସଂଶୋଧନ ବିଲ୍ ପାସ୍ କରାଇ ନ ଦେବାକୁ ଲକ୍ଷ୍ୟ ରଖିଛି। ଏଥର ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ, ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗରେ ସୁଷମା, ବସୁନ୍ଧରା ରାଜେ ଓ ଶିବରାଜ ସିଂ ଚୌହାନଙ୍କ ଇସ୍ତଫା ଦାବି କରିଆସୁଛନ୍ତି। ଏଭଳି ସ୍ଥିତିରେ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଥିବା ବେଳେ କୌଣସି ପ୍ରସଙ୍ଗ ଆଲୋଚନା ହୋଇପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos