ଲାଲୁଙ୍କୁ ସିବିଆଇର ପଚରାଉଚରା: ରେଳବାଇ ହୋଟେଲ ଟେଣ୍ଡର ଅନିୟମିତତା ଅଭିଯୋଗରେ ହୋଇଥିଲେ ହାଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିବିଆାଇ ମୁଖ୍ୟାଳୟରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ରେଳବାଇ ହୋଟେଲ ଟେଣ୍ଡର ଦୁର୍ନୀତି ମାମଲାରେ ତାଙ୍କୁ ସିବିଆଇ ନୋଟିସ୍ କରିଥିଲା। ତେବେ ଆଜି ତାଙ୍କୁ ପାଟନା ଜମି ଦୁର୍ନୀତି ସମ୍ପର୍କରେ ପଚରାଉଚରା କରିଥିଲା ସିବିଆଇ। ଏଥିପାଇଁ ସିବିଆଇ ମାରାଥନ ଶହେଟି ପ୍ରଶ୍ନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ପାଟନା ସହରର ମଧ୍ୟଭାଗରେ ପ୍ରାୟ ତିନି ଏକର ଜମିରେ ଲାଲୁଙ୍କ ସମ୍ପର୍କୀୟ ମଲ୍ ନିର୍ମାଣ କରିଛନ୍ତି। ଯେଉଁଥିରେ ଲାଲୁଙ୍କ ଅହେତୁକ […]

114480478-lalu-prasad-alleged-nitish-kumar-had-conspired-with-bjp_0

114480478-lalu-prasad-alleged-nitish-kumar-had-conspired-with-bjp_0

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 05:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିବିଆାଇ ମୁଖ୍ୟାଳୟରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ରେଳବାଇ ହୋଟେଲ ଟେଣ୍ଡର ଦୁର୍ନୀତି ମାମଲାରେ ତାଙ୍କୁ ସିବିଆଇ ନୋଟିସ୍ କରିଥିଲା। ତେବେ ଆଜି ତାଙ୍କୁ ପାଟନା ଜମି ଦୁର୍ନୀତି ସମ୍ପର୍କରେ ପଚରାଉଚରା କରିଥିଲା ସିବିଆଇ। ଏଥିପାଇଁ ସିବିଆଇ ମାରାଥନ ଶହେଟି ପ୍ରଶ୍ନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ପାଟନା ସହରର ମଧ୍ୟଭାଗରେ ପ୍ରାୟ ତିନି ଏକର ଜମିରେ ଲାଲୁଙ୍କ ସମ୍ପର୍କୀୟ ମଲ୍ ନିର୍ମାଣ କରିଛନ୍ତି। ଯେଉଁଥିରେ ଲାଲୁଙ୍କ ଅହେତୁକ ଅନୁକମ୍ପା ଥିବା ଅଭିଯୋଗ ହୋଇଛି। ସିବିଆଇ ଲାଲୁଙ୍କ ନାଁରେ ରେଳବାଇ ଟେଣ୍ଡରରେ ବ୍ୟାପକ ହେରଫେର, ଗୋଖାଦ୍ୟ ଦୂର୍ନୀତି ଏବଂ ଜମି ଦୁର୍ନୀତି ଭଳି ମାମଲାରେ ତଦନ୍ତ କରୁଛି। ଆସନ୍ତାକାଲି ଏହି ମାମଲାକୁ ନେଇ ଲାଲୁଙ୍କ ପୁଅ ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ବି ସିବିଆଇ ଜେରା କରିବା ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos