୬୯ ବର୍ଷରେ ଲାଲୁ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ଯାଦବ ଆଜି ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଲାଲୁଙ୍କ ପାଇଁ ଏହି ଜନ୍ମ ଦିନଟି ଅତି ଖାସ୍। କାରଣ ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ତାଙ୍କ ଦଳ ରାଜ୍ୟରେ କ୍ଷମତାରେ ଥିବା ବେଳେ ସେ ଜନ୍ମ ଦିନ ପାଳନ କରୁଛନ୍ତି। ଜନ୍ମ ଦିନ ଅବସରରେ ଲାଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଲାଲୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ପାଟନାର ୧୦ […]

lalu

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 01:56 PM IST

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ଯାଦବ ଆଜି ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଲାଲୁଙ୍କ ପାଇଁ ଏହି ଜନ୍ମ ଦିନଟି ଅତି ଖାସ୍। କାରଣ ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ତାଙ୍କ ଦଳ ରାଜ୍ୟରେ କ୍ଷମତାରେ ଥିବା ବେଳେ ସେ ଜନ୍ମ ଦିନ ପାଳନ କରୁଛନ୍ତି। ଜନ୍ମ ଦିନ ଅବସରରେ ଲାଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

ଲାଲୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ପାଟନାର ୧୦ ସର୍କୁଲାର ରୋଡ୍ ସ୍ଥିତ ତାଙ୍କ ଘରକୁ ସଜା ଯାଇଛି। ଗତକାଲି ରାତିରେ ଏଠାରେ ବାଣ ଫୁଟା ଯାଇଥିଲା। ପାଟନା ସହରର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ତାଙ୍କର ବଡ଼ ବଡ଼ ପୋଷ୍ଟର ଲଗାଯାଇ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Related story