ପୁଅ ବାହାଘରରେ ସାମିଲ ହୋଇପାରିବେନି କି ଲାଲୁ?

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ମେ’ ୧୨ ତାରିଖରେ ବାହା ହେବେ। ତେବେ ଏ ବାହାଘରରେ ଲାଲୁ ଉପସ୍ଥିତ ରହିପାରିବେ ନା ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। କାରଣ ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଲାଲୁଙ୍କୁ ହାଇକୋର୍ଟରୁ ଏଯାଏଁ ଜାମିନ ମିଳିନାହିଁ। ଶୁକ୍ରବାର ଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। କିନ୍ତୁ […]

laluyadav

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 09:11 AM IST

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ମେ’ ୧୨ ତାରିଖରେ ବାହା ହେବେ। ତେବେ ଏ ବାହାଘରରେ ଲାଲୁ ଉପସ୍ଥିତ ରହିପାରିବେ ନା ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। କାରଣ ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଲାଲୁଙ୍କୁ ହାଇକୋର୍ଟରୁ ଏଯାଏଁ ଜାମିନ ମିଳିନାହିଁ। ଶୁକ୍ରବାର ଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। କିନ୍ତୁ ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଏହି ଶୁଣାଣି ହୋଇପାରିନଥିଲା।

ଜଷ୍ଟିସ୍ ଅପରେଶ କୁମାର ସିଂହ ମେ’ ୧୧ ତାରିଖରେ ଲାଲୁଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରାଯିବ ବୋଲି କହିଛନ୍ତି।

ଲାଲୁ ଏବେ ଡାକ୍ତରଖାନାରେ

ଲାଲୁ ଏବେ ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କୁ ସେଠାରୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ସୁଧାର ଆସୁଥିବା ଡାକ୍ତରମାନେ କହିଛନ୍ତି। ଡିସ୍‌ଚାର୍ଜ ପରେ ତାଙ୍କୁ ସିଧା ଜେଲ୍‌କୁ ନିଆଯିବ।

ଐଶ୍ୱର୍ଯ୍ୟାଙ୍କୁ ବାହା ହେବେ ତେଜପ୍ରତାପ

ତେଜ ପ୍ରତାପ ବିହାରର ପୂର୍ବତନ ପରିବହନ ମନ୍ତ୍ରୀ ଚନ୍ଦ୍ରିକା ପ୍ରସାଦ ରାୟଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟ ରାୟଙ୍କୁ ବିବାହ କରିବେ। ସେ ପାଟନାର ନୋଟ୍ରି ଡେମ୍‌ ଆକାଡେମୀ ସ୍କୁଲରେ ପାଠ ପଢ଼ା ସାରିବା ପରେ ଦିଲ୍ଲୀର ମିରାଣ୍ଡା ହଉସ୍‌ରୁ ଇତିହାସରେ ବିଏ ପାସ୍‌ କରିଛନ୍ତି। ଏଥିସହିତ ଏମିଟି ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଐଶ୍ୱର୍ଯ୍ୟା ରାଜନୀତିରେ ଇଚ୍ଛା ରଖୁ ନ ଥିଲେ ମଧ୍ୟ ତାଙ୍କ ବାପା ଓ ଜେଜେବାପା ଜଣେ ଜଣେ ନେତା। ତାଙ୍କ ଜେଜେବାପା ଦାରୋଗା ପ୍ରସାଦ ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ।

Related story