ବେଙ୍ଗାଲୋର: ମଝି ଆକାଶରେ ଅଘଟଣ। ଇଲେଟ୍ରୋନିକ୍ସ ଡିଭାଇସ୍ ମୋବାଇଲ ପରେ ବିମାନରେ ଜଳିଲା ଲାପଟପ୍। ଏମିତି ଏକ ଅଭାବନୀୟ ଘଟଣା ଥିରୁଅନନ୍ତପୁରମରୁ ବେଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଘଟିଛି। ତେବେ ଯାତ୍ରୀମାନଙ୍କ ସହଯୋଗ ଏବଂ ବିମାନର କ୍ର୍ୟୁମେମ୍ବରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ନିଆଁ ଲାଗିବାରୁ ବର୍ତ୍ତିଯାଇଛି ବିମାନ। ଏହି ଘଟଣା ଗତ ଶନିବାର ଘଟିଥିବା ବେଳେ ଏବେ ତାହା ଚର୍ଚ୍ଚାର ପରିସରକୁ ଆସିଛି। ବାରମ୍ବାର ଏମିତି ଅଘଟଣ ଘଟୁଥିବାରୁ ବିମାନରେ ଇଲେଟ୍ରୋନିକ୍ସ ଡିଭାଇସ୍ ଗୁଡ଼ିକୁ ବାରଣ ନେଇ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ବିଚାର କରାଯାଉଛି।
ସୂଚନା ଅନୁଯାୟୀ ଗତ ୧୧ ତାରିଖରେ ଥିରୁଅନନ୍ତପୁରମରୁ- ବେଙ୍ଗାଲୋର ଅଭିମୁଖେ ଯାତ୍ରା 6E-445 (VT-IGV) ନମ୍ବର ବିଶିଷ୍ଟ ଇଣ୍ଡିଗୋ ଯାତ୍ରା କରୁଥିଲା। ତେବେ ମଝି ରାସ୍ତାରେ ହଠାତ ଏକ ଜଣକ ଲଗେଜରେ ନିଆଁ ଲାଗିବା ଯାତ୍ରୀଙ୍କ ନଜରରେ ପଡ଼ିଥିଲା। ସଙ୍ଗେ ସଙ୍ଗେ ବିମାନର କ୍ର୍ୟୁମେମ୍ବରଙ୍କ ଏ ସମ୍ପର୍କରେ ଖବର ଦିଆଯିବା ସହ ବ୍ୟାଗ କାଢି ଦେଖିଲା ବେଳକୁ ସେଥିରେ ଲାପଟପ୍ରେ ନିଆଁଲାଗିଥିବା ଲକ୍ଷ କରାଯାଥିଲା। ଫଳରେ ସଙ୍ଗେ ସଙ୍ଗେ ବିମାନରେ ଥିବା ଅଗ୍ନିନିର୍ବାପକ ଯନ୍ତ୍ରର ସହାୟତା ନିଆଯିବା ସହ ଲାପଟପ୍ଟିକୁ ସାବଧାନତାର ସହ ବାହାର କରି ପାଣିରେ ବୁଡ଼ାଇ ରଖାଯାଇଥିଲା। ଏଥିସହ ଯାତ୍ରୀମାନଙ୍କୁ ସତର୍କ କରିଦିଆଯାଇଥିଲା। ବିମାନଟି ବେଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିବା ପର୍ଯ୍ୟନ୍ତ ନିଆଁ ଲାଗିଥିବା ଲାପଟପଟିକୁ ଏକ ପାତ୍ରରେ ପାଣିରେ ବୁଡ଼ାଇ ରଖାଯାଇଥିଲା। ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଥିଲା।
ବିମାନରେ ଏଭଳି ନିଆଁ ଲାଗିବା ନୂଆ ନୁହଁ। ଗତ ମାସ ଦିଲ୍ଲୀ-ଇଣ୍ଡୋର ବିମାନରେ ଏକ୍ ମୋବାଇଲରେ ନିଆଁ ଲାଗିଥିଲା। କିନ୍ତୁ କୌଣସି ବଡ଼ ଦୁର୍ଘଟଣା ଘଟି ନ ଥିଲା। ତେବେ ବାରମ୍ବାର ଏଭଳି ଇଲକ୍ଟ୍ରୋନିକ ସାମଗ୍ରୀ ଗୁଡ଼ିକର ଥିବା ବ୍ୟାଟେରି ଅଚାନକକ ବିସ୍ଫୋରଣ ହେଉଥିବାରୁ ଏହା ପରେ ରୋକ୍ ଲଗାବାକୁ ଚିନ୍ତା କରାଯାଊଉଛି। ତେବେ ବିମାନର କ୍ର୍ୟୁ ମେମ୍ବରମାନଙ୍କୁ ଏହି ବିପଦକୁ ଏଡ଼ାଇବା ପାଇଁ ତାଲିମ ଦିଆଯାଇଥିଲେ ମଧ୍ୟ ଲାପଟପ୍ ଗୁଡ଼ିକ ଲଗେଜ୍ କିମ୍ବା ବ୍ୟାଗ୍ ଭିତରେ ରହୁଥିବାରୁ ହଠାତ ନିଆଁ ଲାଗିଲେ ଚିହ୍ନଟ କରିବାରେ ଅସୁବିଧା ହେଉଛି। ତେଣୁ ଇଲେଟ୍ରୋନିକ୍ସ ଡିଭାଇସ୍ ଯଥା ମୋବାଇଲ, ଲାପଟପ୍କୁ ବିମାନରେ ବ୍ୟାନ୍ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ବିଚାର କରାଯାଉଛି । କାରଣ ପୂର୍ବରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥା ଗୁଡ଼ିକ ଲାପଟପ୍ ନେବା ଉପରେ କଟକଣା ଲଗାଇଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।