ନୂଆଦିଲ୍ଲୀ: ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟରେ ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅବୁ କାସିମର ମୃତ୍ୟୁ ଘଟିଛି। ମୃତ କାସିମ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଧମପୁର ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା କାସିମ।
ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ପାକିସ୍ତାନର ବହାବଳପୁର ବାସିନ୍ଦା କାସିମ ଓ ତାର ଜଣେ ସହଯୋଗୀ କୁଲଗାମ ସ୍ଥିତ ଖାନ୍ଦିପୁରା ଗାଁର ଏକ ଘରେ ଲୁଚି ଥିବା ସୂଚନା ମିଳିଥିଲା। ରାତି ପ୍ରାୟ ୨ଟାରେ ସେନା, ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଗାଁକୁ ଘେରାଉ କରି ତଲାସି ଆରମ୍ଭ କରିଥିଲେ। କାସିମ ଓ ତାଙ୍କ ସହଯୋଗୀ ଖସିଯିବାକୁ ଚେଷ୍ଟା କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା। ଏଥିରେ କାସିମର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
Viral
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।