ପୁଣି ବିସ୍ଫୋରଣ କଲା କୋରିଆ, କ’ଣ ରହିବ ଜାପାନ, ଆମେରିକା, ଦକ୍ଷିଣକୋରିଆର ଷ୍ଟ୍ରାଟେଜୀ ଜାଣନ୍ତୁ  

ନୂଆଦିଲ୍ଲୀ: ପୁଣି  ଥରହର କଲା ଉତ୍ତରକୋରିଆ। ଆନ୍ତର୍ଜାତିକ ଚାପକୁ ବେଖାତିର କରି ପୁଣି ମିଶାଇଲ ପରୀକ୍ଷା କରିଛି ଉତ୍ତରକୋରିଆ। ଜାପାନ ସମୁଦ୍ର ଉପରେ ବାଲିଷ୍ଟିକ୍‌ ପରୀକ୍ଷା କରିଛି କୋରିଆ।  ଏହି ଘଟଣା ପରେ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଭୟଭୀତ ହୋଇପଡ଼ିଛନ୍ତି। ଉତ୍ତରକୋରିଆକୁ ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତର୍ଜମା। ଏନେଇ  ଜାତିସଂଘର ସୁରକ୍ଷା ପରିଷଦ(UNSC) ରେ ଜୁରୁରୀକାଳୀନ ବୈଠକ ଡାକିବାକୁ ନିଷ୍ପତି ହୋଇଛି। ଏହି ବୈଠକର ତାରିଖ ଧାର୍ଯ୍ୟକୁ ନେଇ ବିଚାରବିମର୍ଷ ଆରମ୍ଭ […]

korea-1

korea-1

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 08:36 PM IST

Sports

Latest News

ନୂଆଦିଲ୍ଲୀ: ପୁଣି  ଥରହର କଲା ଉତ୍ତରକୋରିଆ। ଆନ୍ତର୍ଜାତିକ ଚାପକୁ ବେଖାତିର କରି ପୁଣି ମିଶାଇଲ ପରୀକ୍ଷା କରିଛି ଉତ୍ତରକୋରିଆ। ଜାପାନ ସମୁଦ୍ର ଉପରେ ବାଲିଷ୍ଟିକ୍‌ ପରୀକ୍ଷା କରିଛି କୋରିଆ।  ଏହି ଘଟଣା ପରେ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଭୟଭୀତ ହୋଇପଡ଼ିଛନ୍ତି। ଉତ୍ତରକୋରିଆକୁ ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତର୍ଜମା। ଏନେଇ  ଜାତିସଂଘର ସୁରକ୍ଷା ପରିଷଦ(UNSC) ରେ ଜୁରୁରୀକାଳୀନ ବୈଠକ ଡାକିବାକୁ ନିଷ୍ପତି ହୋଇଛି। ଏହି ବୈଠକର ତାରିଖ ଧାର୍ଯ୍ୟକୁ ନେଇ ବିଚାରବିମର୍ଷ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଏହି ବୈଠକ ବସିପାରେ। ଉତ୍ତରକୋରିଆ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଏହି ବୈଠକରେ ଆଲୋଚନା ହୋଇପାରେ।

ଜାତିସଂଘର ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷ ସିବାଷ୍ଟ୍ରିଆନୋ ମଧ୍ୟ ଏହି ପ୍ରସ୍ତାବ ଉପରେ ସମ୍ମତି ଜଣାଇଛନ୍ତି। ଉତ୍ତରକୋରିଆ ବିରୋଧରେ କଟକଣା ଜାରି କରିବା ନେଇ ଏହା ଉଚିତ୍‌ ହେବ ବୋଲି ସେ କହିଛନ୍ତି। ଲଗାତାର ଉତ୍ତରକୋରିଆ ପରମାଣୁ ପରୀକ୍ଷା କରିବା ନେଇ ଜାପାନର ପ୍ରତିନିଧି କୋରୋ ବାସୁ ତିବ୍ର ନିନ୍ଦା କରିଛନ୍ତି। ସିଓଲ ପ୍ରଶାସନର ସୂଚନା ଅନୁଯାୟୀ, ବୁଧବାର ଉତ୍ତରକୋରିଆ ଜାପାନ ସମୁଦ୍ର ଉପରେ ଏକ ଶକ୍ତିଶାଳୀ ବାଲିଷ୍ଟିକ୍‌ ମିଶାଇଲ ପରୀକ୍ଷା କରିଛି। ଜାପାନ ସରକାରଙ୍କ କହିବା ଅନୁଯାୟୀ, ଏହି କ୍ଷେପଣାସ୍ତ୍ର  ପ୍ରାୟ ୫୦ ମିନିଟ୍ ଧରି ଚକ୍କର କାଟିଥିଲା। ଏପରିକି ଜାପାନର ସ୍ୱତନ୍ତ୍ର ଆର୍ଥିକ ଜଳସୀମା ଦେଇ ପଡ଼ିବାର ଆଶଙ୍କା ଥିଲା ବୋଲି ଜାପାନ କହିଛି।

ସୂଚନା ଅନୁଯାୟୀ, ଉତ୍ତର କୋରିଆ ଆଜି ଦେଶର ସର୍ବାଧିକ ସକ୍ତିଶାଳୀ ତଥା ସର୍ବାଧିକ ଦୂରଗାମୀ ଅନ୍ତର୍ଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ପରୀକ୍ଷଣ   ଆମେରିକା ପାଇଁ ପୁଣି ଥରେ ଚାଲେଞ୍ଜ ହୋଇଛି। ଏହି କ୍ଷେପଣାସ୍ତ୍ର ଦ୍ୱାରା ଆମେରିକାର ସବୁ ସହର ଉପରେ ଆକ୍ରମଣ କରିହେବ ବୋଲି ଉତ୍ତରକୋରିଆ ଦାବି କରିଛି । ଆଜି ସକାଳୁ ଉତ୍ତରକୋରିଆ ପକ୍ଷରୁ ଅନ୍ତର୍ଦେଶୀୟ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କରାଯାଇଥିଲା  ଜାପାନ ଉପକୂଳରେ ଅବତରଣ କରିବା ପୂର୍ବରୁ ଏହି କ୍ଷେପଣାସ୍ତ୍ର ମାତ୍ର ୫୪ ମିନଟରେ ଭୁପୃଷ୍ଠଠାରୁ ୨ ହଜାର ୮୦୦ ମାଇଲ ଉଚ୍ଚତାକୁ ଯିବା ପ୍ରାୟ ସହ ୬୨୦ ମାଇଲ ଦୂରତା ଅତିକ୍ରମ କରିଥିଲା।  ଉତ୍ତର କୋରିଆର ଏହି ବାଲିଷ୍ଟିକ୍  କ୍ଷେପଣାସ୍ତ୍ର ସମୁଦ୍ର ପତ୍ତନଠାରୁ ୪ ହଜାର ୫୦୦ କିଲୋମିଟର ଉଚ୍ଚକୁ ଯିବାର କ୍ଷମତା ରଖିଛି।  ଯାହାକି ନାସାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କକ୍ଷପଥଠାରୁ ପ୍ରାୟ ୧୦ ଗୁଣ ଅଧିକ।  ସେପଟେ ଏହି ବାଲିଷ୍ଟିକ୍  ମିସାଇଲ ଆମେରିକା ରାଜଧାନୀ ସମେତ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଟାର୍ଗେଟ୍ କରିପାରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆଜିର ପରୀକ୍ଷଣ ସହ ଉତ୍ତର କୋରିଆ ଚଳିତ ବର୍ଷ ଏହାର ୨୦ ତମ ବାଲିଷ୍ଟିକ୍ ମିସାଇଲ ପରୀକ୍ଷା କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos