ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମହଙ୍ଗା ପଡ଼ିଲା, ଗିରଫ ହେଲେ ଆଇନ୍ ଛାତ୍ର

ଜୟପୁର: ଦିଲ୍ଲୀର ମହିଳା ସାମ୍ବାଦିକ ରୋହିଣୀ ସିଂହଙ୍କୁ ଟୁଇଟ୍ କରି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବାକୁ ଧମକ ଦେଇଥିବା ୨୬ ବର୍ଷୀୟ ଆଇନ୍ ଛାତ୍ର କପିଲ୍ ସିଂହଙ୍କୁ ଗିରଫ କରିଛି ଉଦୟପୁର ପୁଲିସ୍। ମହିଳା ସାମ୍ବାଦିକ ଜଣକ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ଧମକ ଦେଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଯାହା ପରେ ଉଦୟପୁର ପୁଲିସ୍ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ଏ ନେଇ ଉଦୟପୁର ଆଇଜି ସତ୍ୟବୀର ସିଂହ […]

rohini

Ranjit Kumar Jena
  • Published: Monday, 01 February 2021
  • , Updated: 01 February 2021, 09:57 PM IST

ଜୟପୁର: ଦିଲ୍ଲୀର ମହିଳା ସାମ୍ବାଦିକ ରୋହିଣୀ ସିଂହଙ୍କୁ ଟୁଇଟ୍ କରି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବାକୁ ଧମକ ଦେଇଥିବା ୨୬ ବର୍ଷୀୟ ଆଇନ୍ ଛାତ୍ର କପିଲ୍ ସିଂହଙ୍କୁ ଗିରଫ କରିଛି ଉଦୟପୁର ପୁଲିସ୍। ମହିଳା ସାମ୍ବାଦିକ ଜଣକ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ଧମକ ଦେଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଯାହା ପରେ ଉଦୟପୁର ପୁଲିସ୍ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି।

ଏ ନେଇ ଉଦୟପୁର ଆଇଜି ସତ୍ୟବୀର ସିଂହ କହିଛନ୍ତି, ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପାଇଁ ଧମକ ଦେବା ଅଭିଯୋଗରେ ଉଦୟପୁରର ୨ୟ ବର୍ଷ ଆଇନ୍ ଛାତ୍ର କପିଲ୍ ସିଂହଙ୍କୁ ଗିରଫ କରାଯାଇଛି। କପିଲ ସିଂହ ଯେଉଁ ଟୁଇଟ୍ କରି ଧମକ ଦେଇଥିଲେ, ତାକୁ ମହିଳା ସାମ୍ବାଦିକ ଜଣକ ଟ୍ୟାଗ୍ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଉଦୟପୁର ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଯାହା ପରେ ଉଦୟପୁର ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ଗିରଫ ପରେ ଅଭିଯୁକ୍ତ କପିଲ୍ ସିଂହଙ୍କୁ ପଚରାଉଚରା ଜାରି ରହିଛି।

https://twitter.com/rohini_sgh/status/1355176068156538883?s=20

ପୁଲିସ୍ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତାଙ୍କର ମୋବାଇଲ୍ ଜବତ କରିଦେଇଛି। ଏହାସହ ପୁଲିସ୍ ଅଭିଯୁକ୍ତର ସୋଶାଲ ମିଡିଆ ଆକାଉଣ୍ଟର ସମସ୍ତ ତଥ୍ୟର ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ, କପିଲ୍ ସିଂହ ଏବିଭିପିର ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ମହିଳା ସାମ୍ବାଦିକ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ଅନେକ ଟୁଇଟ୍ କରିଥିଲେ। ସେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାରୁ କପିଲ୍ ସିଂହ ରାଗି ହୋଇପଡ଼ିଥିଲେ। କପିଲଙ୍କ କହିବା ଅନୁଯାୟୀ, ଚାଷୀ ଆନ୍ଦୋଳନ ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡକୁ ରୋହିଣୀ ସମର୍ଥନ କରିଥିଲେ, ଯାହାକୁ ମୁଁ ଆଦୌ ସ୍ୱୀକାର କରିପାରିନଥିଲି। ଏହି କାରଣରୁ କପିଲ୍ ରାଗିକି ଏଭଳି ଧମକଭରା ଟୁଇଟ୍ କରିଥିଲେ। ହେଲେ ସେ ଜାଣିନଥିଲେ ଯେ ଏଥିପାଇଁ ତାଙ୍କୁ ଏତେ ସମସ୍ୟା ଓ ଗିରଫଦାରୀର ସାମ୍ନା କରିବାକୁ ପଡ଼ିବ।

Related story