୪୦୪୨ଟି ଚାଉଳ ଦାନାରେ ଛାତ୍ରୀ ଲେଖିଲେ ପୂରା ‘ଭାଗବତ ଗୀତା’

ହାଇଦ୍ରାବାଦ: ଚାଉଳର ଦାନାରେ ଆପଣ କେବେ ନାଁ ଲେଖିଛନ୍ତ କି? ଯଦି ହଁ, ତା’ହେଲେ ଏକା କେତେ କଷ୍ଟକର ସେକଥା ମଧ୍ୟ ଆପଣ ଭଲ ଭାବେ ଜାଣିଥିବେ। କାରଣ ଚାଉଳର ଦାନା କୌଣସି କାଳୀ ନୁହେଁ ଯେ ଆପଣ ବେଶ ଆରାମରେ ଏହାକୁ ବ୍ୟବହାର କରି ନିଜ ଇଚ୍ଛାରେ କିଛି ବି ଲେଖି ପାରିବେ। ଚାଉଳ ଦାନାରେ ଲେଖିବା ପାଇଁ ଅଭ୍ୟାସ ସହ ନିଜ ଉପରେ କଣ୍ଟ୍ରୋଲ ଓ ଫୋକସ କରିବାକୁ ପଡ଼ିଥାଏ। ଯଦି ଆପଣଙ୍କୁ କୁହାଯାଏ, […]

h

Hemant Lenka
  • Published: Wednesday, 21 October 2020
  • , Updated: 21 October 2020, 02:25 PM IST

ହାଇଦ୍ରାବାଦ: ଚାଉଳର ଦାନାରେ ଆପଣ କେବେ ନାଁ ଲେଖିଛନ୍ତ କି? ଯଦି ହଁ, ତା’ହେଲେ ଏକା କେତେ କଷ୍ଟକର ସେକଥା ମଧ୍ୟ ଆପଣ ଭଲ ଭାବେ ଜାଣିଥିବେ। କାରଣ ଚାଉଳର ଦାନା କୌଣସି କାଳୀ ନୁହେଁ ଯେ ଆପଣ ବେଶ ଆରାମରେ ଏହାକୁ ବ୍ୟବହାର କରି ନିଜ ଇଚ୍ଛାରେ କିଛି ବି ଲେଖି ପାରିବେ।

ଚାଉଳ ଦାନାରେ ଲେଖିବା ପାଇଁ ଅଭ୍ୟାସ ସହ ନିଜ ଉପରେ କଣ୍ଟ୍ରୋଲ ଓ ଫୋକସ କରିବାକୁ ପଡ଼ିଥାଏ। ଯଦି ଆପଣଙ୍କୁ କୁହାଯାଏ, ଚାଉଳ ଦାନାର ବ୍ୟବହାର କରି ଜଣେ ପୂରା ଭାଗବତ ଗୀତାକୁ ଲେଖି ଦେଖିଛନ୍ତି, ତା’ହେଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବ। ହେଲେ ଏହି କଷ୍ଟକର କାମକୁ ସହଜ କରି ଦେଖାଇଛନ୍ତି ହାଇଦ୍ରାବାଦର ଆଇନ ବିଭାଗ ଛାତ୍ରୀ ରାମାଗିରି ସ୍ୱାରିକା। ସେ ୧୫୦ ଘଣ୍ଟାରେ ୪୦୪୨ଟି ଚାଉଳ ଦାନାରେ ପୂରା ଭାଗବତ ଗୀତା ଲେଖି ଦେଇଛନ୍ତି।

ସେ କହିଛନ୍ତି, ମୁଁ ୪୦୪୨ଟି ଚାଉଳ ଦାନା ବ୍ୟବହାର କରି ଭାଗବତ ଗୀତା ଲେଖିଛି। ଏଥିପାଇଁ ମୋତେ ୧୫୦ ଘଣ୍ଟାର ସମୟ ଲାଗିଥିଲା। ମୁଁ ସବୁବେଳେ ମାଇକ୍ରୋ ଆର୍ଟ ପାଇଁ ବିଭିନ୍ନ ପ୍ରକାରର ଜିନିଷ ଉପରେ କାମ କରିଥାଏ। ଏଥିସହ ମୁଁ ମିଲ୍କ ଆର୍ଟ, କାଗଜ ଖୋଦେଇ ତେଳ ପ୍ରସ୍ତୁତ ହେଉଥିବା ମଞ୍ଜିର ବ୍ୟବହାର କରି ଡ୍ରଇଁ ମଧ୍ୟ କରିଛି ବୋଲି ସେ କହିଛନ୍ତି।

ରାମାଗିରିଙ୍କ ଏହି ଅଦ୍ଭୂତ କାମ ସାମ୍ନାକୁ ଆସିବା ପରେ ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ସେ ଭାରତର ନାଁ ବିଶ୍ୱ ସ୍ତରରେ ମଧ୍ୟ ଉପରକୁ ନେବେ ବୋଲି ସମସ୍ତେ ଆଶା କରିଛନ୍ତି।

Related story