କୋଲକତାରେ ଗର୍ଜିଲେ ବିରୋଧୀ, କିଏ କ’ଣ କହିଲେ ଜାଣନ୍ତୁ

କୋଲକତା: ପଶ୍ଚିମବଙ୍ଗର କୋଲକତାଠାରେ ବିଜେପି ବିରୋଧରେ ଏକାଠି ହୋଇଛନ୍ତି ୨୦ଟି ବିରୋଧୀ ଦଳ। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ବିରୋଧରେ ଏହି ଶକ୍ତିପ୍ରଦର୍ଶନ ହୋଇଥିବା କୁହାଯାଉଥିବାବେଳେ ଲୋକସଭା ନିର୍ବାଚନ ପୂର୍ବରୁ ଅଣବିଜେପି ଦଳଙ୍କର ମେଣ୍ଟ ପାଇଁ ଏହା ପ୍ରଥମ ପଦକ୍ଷେପ କୁହାଯାଉଛି। ଆସନ୍ତୁ ଜାଣିବା ଏହି ଅବସରରେ କିଏ କ’ଣ କହିଛନ୍ତି। ମମତା ବାନାର୍ଜୀ: ଆମେ କେବଳ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ବିଶ୍ୱାସ କରୁ। ତୁମ ରଥରେ କ’ଣ […]

mamta

Subrat Kumar Nayak
  • Published: Saturday, 19 January 2019
  • , Updated: 19 January 2019, 04:57 PM IST

କୋଲକତା: ପଶ୍ଚିମବଙ୍ଗର କୋଲକତାଠାରେ ବିଜେପି ବିରୋଧରେ ଏକାଠି ହୋଇଛନ୍ତି ୨୦ଟି ବିରୋଧୀ ଦଳ। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ବିରୋଧରେ ଏହି ଶକ୍ତିପ୍ରଦର୍ଶନ ହୋଇଥିବା କୁହାଯାଉଥିବାବେଳେ ଲୋକସଭା ନିର୍ବାଚନ ପୂର୍ବରୁ ଅଣବିଜେପି ଦଳଙ୍କର ମେଣ୍ଟ ପାଇଁ ଏହା ପ୍ରଥମ ପଦକ୍ଷେପ କୁହାଯାଉଛି। ଆସନ୍ତୁ ଜାଣିବା ଏହି ଅବସରରେ କିଏ କ’ଣ କହିଛନ୍ତି।

ମମତା ବାନାର୍ଜୀ: ଆମେ କେବଳ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ବିଶ୍ୱାସ କରୁ। ତୁମ ରଥରେ କ’ଣ ଅଛି? ଆମେ ପଶ୍ଚିମବଙ୍ଗରେ ଦଙ୍ଗା ହେବାକୁ ଦେବୁନି। ରଥଯାତ୍ରା ନାଁରେ ଆମେ ଦଙ୍ଗା ଚାହୁଁନା। ସିବିଆଇ, ଇଡି ଏବଂ ଆରବିଆଇର ମର୍ଯ୍ୟାଦାକୁ ସେମାନେ ନଷ୍ଟ କରିଛନ୍ତି। ବ୍ୟାଙ୍କକୁ ସେମାନେ ଅଣଦେଖା କରିଛନ୍ତି। ବିଜେପି ପୁଣି କ୍ଷମତାକୁ ଆସିଲେ ଆପଣ ଆପଣଙ୍କ ଟଙ୍କା ଫେରିପାଇବେନି। ତାଙ୍କର କେବଳ ଜଣେ ପ୍ରଧାନମନ୍ତ୍ରୀ ଏବଂ ଜଣେ ଦଳୀୟ ମୁଖ୍ୟ। ସେମାନେ ସବୁକିଛି ପରିବର୍ତ୍ତନ କରୁଛନ୍ତି, ବର୍ତ୍ତମାନ ତାଙ୍କ ସରକାର ମଧ୍ୟ ବଦଳିଯିବା ଦରକାର।

ମଲ୍ଲିକାର୍ଜୁନ ଖାଡ଼ଗେ: ସମସ୍ତେ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବାପାଇଁ ଏକାଠି ହେବାକୁ ଆହ୍ୱାନ କରୁଛି। ସେମାନେ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ, ସେସବୁ କୁଆଡ଼େ ଗଲା?

ଶତ୍ରୁଘ୍ନ ସିହ୍ନା: ସତ କହିବା ଯଦି ବିଦ୍ରୋହ ହୁଏ, ମୋତେ ବିଦ୍ରୋହୀ ତାଲିକାରେ ଗଣ। ସତ୍ୟ ବ୍ୟତୀତ ମୁଁ ନୀତି ସହିତ ବୁଝାମଣା କରିପାରିବିନି।

ଅଭିଷେକ ମନୁ ସିଂଘଭି: ଏହା ୨୨ ଟି ଦଳର ସମାହାରରେ ଗଢ଼ା ଇନ୍ଦ୍ରଧନୁ। ମୋଦି ସରକାରରୁ ନିସ୍ତାର ପାଇଁ ଏହା ସାହାଯ୍ୟ କରିବ। ନକାରାତ୍ମକ ରାଜନୀତି କରୁଥିବା ବିଜେପିକୁ ଏହି ଐତିହାସିକ ରାଲିରୁ ଦୃଢ଼ ବାର୍ତ୍ତା ଯାଇଛି।

ଅରବିନ୍ଦ କେଜ୍ରିୱାଲ: ମୋଦି ଦେଶକୁ ପ୍ରତାରିତ କରିଛନ୍ତି। ଶାହ-ମୋଦି ଯୋଡ଼ି ଦେଶକୁ ଧ୍ୱଂସ କରିଛନ୍ତି। କୃଷକ କୃଷି ବୀମା ପାଉନାହାନ୍ତି। ମୋଦି ଟ୍ୱିଟରରେ ସେମାନଙ୍କୁ ଅନୁସରଣ କରୁଛନ୍ତି ଯେଉଁମାନେ ମହିଳାଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଗତ ୫ ବର୍ଷରେ ମୋଦି-ଶାହ ଭାରତକୁ ଧର୍ମ ଆଧାରରେ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଅଖିଲେଶ ଯାଦବ: ଆମକୁ ଚିଡ଼ାଇବାପାଇଁ ସେମାନେ କହୁଛନ୍ତି ଆମର ଅନେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଲାଳାୟିତ ଅଛନ୍ତି। ଆମେ କହୁଛୁ ଲୋକେ ହିଁ ନିଷ୍ପତ୍ତି ନେବେ କିଏ ପ୍ରଧାନମନ୍ତ୍ରୀ ହେବ। ନିର୍ବାଚନ ପାଖଉ ଥିବାରୁ ବିଜେପି ସିବିଆଇ ଏବଂ ଇଡି ସହିତ ମେଣ୍ଟ କରିଛି, ଆମେ ଲୋକଙ୍କ ସହିତ ମେଣ୍ଟ କରୁଛୁ।

ଏଚ୍‌ଡି କୁମାରସ୍ୱାମୀ: ଭାରତ ଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ। କିନ୍ତୁ ଆମେ ଆଜି ଦେଖୁଛୁ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଅଗଣତାନ୍ତ୍ରିକ ଲୋକେ ଶାସନ କରୁଛନ୍ତି। ଦୁର୍ଭାଗ୍ୟଜନକ ବିଷୟ ହେଉଛି କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଆବଶ୍ୟକତା ପ୍ରତି କାଲା ହୋଇଯାଇଛନ୍ତି ଏବଂ ବାକ୍‌ ଶକ୍ତି ମଧ୍ୟ ହରାଇଛନ୍ତି।

Related story