୧୯ରେ ଦେଶବ୍ୟାପି ଆନ୍ଦୋଳନ ଡାକରା ଦେଲେ ବାମ ଦଳ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବାମ ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ବିରୋଧ ସତ୍ତ୍ୱେ ଏହି ବିବାଦୀୟ ବିଲ ସଂସଦର ଉଭୟ ସଦନରେ ଗୃହୀତ ହୋଇଛି। ତେବେ ଏହା ବିରୋଧରେ ବାମଦଳ ପକ୍ଷରୁ ଆସନ୍ତା ୧୯ରେ ସମଗ୍ର ଦେଶରେ ଆନ୍ଦୋଳନ କରାଯିବ। ଆଜି ଦଳ ପକ୍ଷରୁ ଏଭଳି ଘୋଷଣା କରାଯିବ। କେବଳ ସିଏବି ନୁହେଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏନଆରସି ଲାଗୁ କରିବାକୁ ଘୋଷଣା କରିଥିବାରୁ, ଏହା ବିରୋଧରେ ମଧ୍ୟ ବାମଦଳ ୧୯ […]

v

Hemant Lenka
  • Published: Thursday, 12 December 2019
  • , Updated: 12 December 2019, 04:50 PM IST

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବାମ ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ବିରୋଧ ସତ୍ତ୍ୱେ ଏହି ବିବାଦୀୟ ବିଲ ସଂସଦର ଉଭୟ ସଦନରେ ଗୃହୀତ ହୋଇଛି। ତେବେ ଏହା ବିରୋଧରେ ବାମଦଳ ପକ୍ଷରୁ ଆସନ୍ତା ୧୯ରେ ସମଗ୍ର ଦେଶରେ ଆନ୍ଦୋଳନ କରାଯିବ।

ଆଜି ଦଳ ପକ୍ଷରୁ ଏଭଳି ଘୋଷଣା କରାଯିବ। କେବଳ ସିଏବି ନୁହେଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଏନଆରସି ଲାଗୁ କରିବାକୁ ଘୋଷଣା କରିଥିବାରୁ, ଏହା ବିରୋଧରେ ମଧ୍ୟ ବାମଦଳ ୧୯ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବ। ପୂର୍ବରୁ ବାମଦଳର ସାଂସଦମାନେ ସଂସଦ ପରିସରରେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ।

କେନ୍ଦ୍ର ସରକାର ଧର୍ମ ଆଧାରରେ ନାଗରିକତା ଦେବାକୁ ବିଲରେ ବ୍ୟବସ୍ଥା କରିଥିବାରୁ ଏହାକୁ ବାମଦଳ ଜୋରଦାର ବିରୋଧ କରିଛି।

Related story