ଫିଲ୍ମ ଷ୍ଟାଇଲ୍‌ରେ ହେଟାବାଘ କବଳରୁ ଖସିଗଲା କଲରାପତରିଆ

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍‌ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣଙ୍କୁ କଲରାପତରିଆର ଭାଇରାଲ ହେଉଥିବା ଭିଡିଓ ଦେଖିବାକୁ ହେବ। ଏହି କଲରାପତରିଆ ପଛରେ ପଡ଼ିଥିବା ଏକ ହେଟାବାଘ ନିମିଷକରେ କିଭଳି ବୋକା ପାଲଟିଯାଉଛି ଏକ ଭାଇରାଲ ଭିଡିଓ ଦୃଶ୍ୟରେ ସ୍ପଷ୍ଟ ଦେଖାଯାଉଛି। Sometimes the gap between life & death is a jump. Lions […]

leopard

leopard

Subrat Kumar Nayak
  • Published: Sunday, 20 October 2019
  • Updated: 20 October 2019, 04:05 PM IST

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁ ମଧ୍ୟରେ ଅଳ୍ପ କିଛି ସମୟର ଗ୍ୟାପ୍‌ ରହିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଆସିଛି। ଯଦି ଆପଣ ଭାବୁଛନ୍ତି ଏମିତି ହେବା ଅସମ୍ଭବ, ତାହାଲେ ଆପଣଙ୍କୁ କଲରାପତରିଆର ଭାଇରାଲ ହେଉଥିବା ଭିଡିଓ ଦେଖିବାକୁ ହେବ। ଏହି କଲରାପତରିଆ ପଛରେ ପଡ଼ିଥିବା ଏକ ହେଟାବାଘ ନିମିଷକରେ କିଭଳି ବୋକା ପାଲଟିଯାଉଛି ଏକ ଭାଇରାଲ ଭିଡିଓ ଦୃଶ୍ୟରେ ସ୍ପଷ୍ଟ ଦେଖାଯାଉଛି।
https://twitter.com/susantananda3/status/1185223941549260801?s=20
ଏକ ୯ ସେକେଣ୍ଡର ଭିଡିଓରେ ଦେଖାଯାଉଛି ହେଟାବାଘକୁ ସାମ୍ନାରେ ଦେଖି ଜୀବନ କେମିତି ବଞ୍ଚାଇବ କଲରାପତରିଆଟି ଦ୍ୱନ୍ଦ୍ୱରେ ପଡ଼ୁଛି। ତେବେ ଏହି ସମୟରେ ସବୁଠାରୁ ଅଧିକ କାମରେ ଆସେ ଉପସ୍ଥିତ ବୁଦ୍ଧି। ନିଜକୁ ବଞ୍ଚାଇବା ପାଇଁ କଲରାପତରିଆ ବାଘ ଏଭଳି କିଛି ବୁଦ୍ଧି ପ୍ରୟୋଗ କରିଛି। ସେ ହଠାତ ଗଛ ଉପରକୁ ଡିଆଁ ମାରି ଚଢ଼ିଯିବାର ଦୃଶ୍ୟ ଏଥିରେ ରହିଛି।

ବନବିଭାଗରେ କାର୍ଯ୍ୟ କରୁଥିବା ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି କଲରାପତରିଆ ବାଘ ଉପରେ କେବଳ ହେଟାବାଘ ଏବଂ ସିଂହ ବେଳେବେଳେ ଆକ୍ରମଣ କରିଥା’ନ୍ତି। କଲରାପତରିଆ ଲଢ଼େଇ ନ କରି ନିଜ ଜୀବନ ବଞ୍ଚାଇବାକୁ ଏଭଳି ଖସିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos