ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ପାଳନ କରିବ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲରେ ବାହାର ଲୋକଙ୍କ ଚିକିତ୍ସାକୁ ନେଇ ଚାଲିଥିବା ତିକ୍ତତାରେ ଏବେ ବ୍ରେକ୍ ଲାଗିଛି। ଦିଲ୍ଲୀରେ ବାହାର ରାଜ୍ୟର ଲୋକଙ୍କର ଚିକିତ୍ସା କରାଯିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳ ଅନୀଲ ବୈଜଲ୍ ରଦ୍ଦ କରିଥିଲେ। ଏହାକୁ ନେଇ ପ୍ରଥମେ କେଜ୍ରିୱାଲଙ୍କ ସରକାର ଆକ୍ରାମକ ହୋଇ ପଡ଼ିଥିଲେ, କିନ୍ତୁ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନିଜ ଆଭିମୁଖ୍ୟ ବଦଳାଇଛନ୍ତି ଏବଂ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ରାଜି […]

delhi-cm

Ranjit Kumar Jena
  • Published: Wednesday, 10 June 2020
  • , Updated: 10 June 2020, 01:33 PM IST

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲରେ ବାହାର ଲୋକଙ୍କ ଚିକିତ୍ସାକୁ ନେଇ ଚାଲିଥିବା ତିକ୍ତତାରେ ଏବେ ବ୍ରେକ୍ ଲାଗିଛି। ଦିଲ୍ଲୀରେ ବାହାର ରାଜ୍ୟର ଲୋକଙ୍କର ଚିକିତ୍ସା କରାଯିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳ ଅନୀଲ ବୈଜଲ୍ ରଦ୍ଦ କରିଥିଲେ। ଏହାକୁ ନେଇ ପ୍ରଥମେ କେଜ୍ରିୱାଲଙ୍କ ସରକାର ଆକ୍ରାମକ ହୋଇ ପଡ଼ିଥିଲେ, କିନ୍ତୁ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନିଜ ଆଭିମୁଖ୍ୟ ବଦଳାଇଛନ୍ତି ଏବଂ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ରାଜି ହୋଇଛନ୍ତି। ଉପରାଜ୍ୟପାଳ ସିଧା ସିଧା କହିଥିଲେ ଯେ ଦିଲ୍ଲୀରେ କୌଣସି ରାଜ୍ୟର ଲୋକଙ୍କର ଚିକିତ୍ସା ହୋଇପାରିବ।

ବୁଧବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି, "ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା ହେବା ନେଇ ଆମେ ନିଷ୍ପତ୍ତି ନେଇଥିଲୁ, ଯାହାକୁ ଉପରାଜ୍ୟପାଳ ବଦଳାଇ ଦେଇଥିଲେ। ଏପରିକି କିଛି ଲୋକେ କହୁଥିଲେ ଯେ ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କ ନିଷ୍ପତ୍ତିଙ୍କୁ କିପରି ବଦଳାଇ ଦେଇ ପାରୁଛନ୍ତି। ଯେହେତୁ ଏବେ ଉଭୟ କେନ୍ଦ୍ର ଓ ଉପରାଜ୍ୟପାଳ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି, ତେଣୁ ଆମେ ସେମାନଙ୍କ ନିଷ୍ପତ୍ତିକୁ ଆକ୍ଷରିକ ଭାବେ ପାଳନ କରିବୁ। କୌଣସି ରାଜନୀତିକ ମନ୍ତବ୍ୟ କିମ୍ବା ଲଢ଼େଇ ହେବ ନାହିଁ। ଆମେ ସବୁ ଲୋକଙ୍କ ପାଇଁ ବେଡର ବନ୍ଦୋବସ୍ଥ କରିବାକୁ ପ୍ରୟାସ କରିବୁ ଏବଂ ଏଥିପାଇଁ ମୁଁ ନିଜେ ମଇଦାନକୁ ଓହ୍ଲାଇବି।"

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଆହୁରି କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ୧୮ହଜାର କରୋନା ରୋଗୀଙ୍କର ଚିକିତ୍ସା ଚାଲିଛି। ୧୫ହଜାର ଲୋକ ନିଜ ଘରେ ଅଛନ୍ତି। ଆଗାମୀ ଦିନରେ ଦିଲ୍ଲୀରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଇବ। ଜୁନ୍ ୧୫ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୪ହଜାରରେ ପହଞ୍ଚିଯିବ। ସେହିପରି ୩୧ ଜୁଲାଇ ବେଳକୁ ଆମକୁ ୮୦ହଜାର ବେଡର ଆବଶ୍ୟକତା ହେବ। ଏଥିପାଇଁ ମୁଁ ନିଜେ ରାସ୍ତାକୁ ଓହ୍ଲାଇବି।"

କେଜ୍ରିୱାଲ୍ କହିଛନ୍ତି, "କରୋନା ବିରୋଧରେ ଚାଲିଥିବା ଲଢ଼େଇ ଏବ ଜନଆନ୍ଦୋଳନ ହେବା ଦରକାର। ଆମକୁ ମାସ୍କ ପିନ୍ଧିବାକୁ ପଡ଼ିବ, ହାତ ଧୋଇବାକୁ ପଡ଼ିବ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ। ଏହି ନିୟମକୁ ମୁଁ ନିଜେ ପାଳନ କରିବି ଏବଂ ଅନ୍ୟ ସମସ୍ତଙ୍କୁ ମଧ୍ୟ ଏଥିପାଇଁ ଅନୁରୋଧ କରିବି।"

Related story