ଲିବ୍ୟା ଡଙ୍ଗା ବୁଡ଼ି ଘଟଣା: ୭୫୦ ନୁହେଁ ୯୫୦ଲୋକ ବସିଥିଲେ, ୩୦୦ଙ୍କୁ ଏକ କଠୋରୀରେ ବନ୍ଦ ରଖିଥିଲେ ଦଲାଲ

ରୋମ: ଗତକାଲି ଭୂମଧ୍ୟସାଗରରେ ଲିବ୍ୟା ଉପକୂଳରେ ବୁଡ଼ି ଯାଇଥିବା ମାଛ ଧରା ଡଙ୍ଗାରେ ୭୫୦ ଶରଣାର୍ଥୀ ବସିଥିଲେ ବୋଲି କୁହାଯାଇଥିଲା। ଏଥିରୁ ମାତ୍ର ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ବାକି ସମସ୍ତଙ୍କର ମୃତୁ୍ୟ ଘଟିଥିଲା। ଏପର୍ଯ୍ୟନ୍ତ ମାତ୍ର ୨୪ ଜଣଙ୍କ ମୃତ ଦେହକୁ ଉଦ୍ଧାରକାରୀ ଦଳ ପାଇଛି। ତେବେ ମିଳିଥିବର ସୂଚନା ଅନୁଯାୟୀ ୭୦ ଫୁଟର ଏହି ମାଛ ଧରା ଡଙ୍ଗାରେ ପ୍ରାୟ ୧୦୦୦ରେ ଲୋକ ସବାର ହୋଇଥିଲେ। ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣେ […]

boat capsized

Rakesh Mallick
  • Published: Monday, 20 April 2015
  • , Updated: 04 May 2017, 03:45 PM IST

ରୋମ: ଗତକାଲି ଭୂମଧ୍ୟସାଗରରେ ଲିବ୍ୟା ଉପକୂଳରେ ବୁଡ଼ି ଯାଇଥିବା ମାଛ ଧରା ଡଙ୍ଗାରେ ୭୫୦ ଶରଣାର୍ଥୀ ବସିଥିଲେ ବୋଲି କୁହାଯାଇଥିଲା। ଏଥିରୁ ମାତ୍ର ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ବାକି ସମସ୍ତଙ୍କର ମୃତୁ୍ୟ ଘଟିଥିଲା। ଏପର୍ଯ୍ୟନ୍ତ ମାତ୍ର ୨୪ ଜଣଙ୍କ ମୃତ ଦେହକୁ ଉଦ୍ଧାରକାରୀ ଦଳ ପାଇଛି। ତେବେ ମିଳିଥିବର ସୂଚନା ଅନୁଯାୟୀ ୭୦ ଫୁଟର ଏହି ମାଛ ଧରା ଡଙ୍ଗାରେ ପ୍ରାୟ ୧୦୦୦ରେ ଲୋକ ସବାର ହୋଇଥିଲେ। ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣେ ବାଂଲାଦେଶୀ ଇଟାଲୀର ଅଧିକାରୀମାନଙ୍କୁ କହିଛନ୍ତି ଯେ ଡଙ୍ଗାରେ ୯୫୦ ଲୋକ ବସିଥିଲେ। କେବଳ ସେତିକି ନୁହେଁ, ପ୍ରାୟ ୩୦୦ ଜଣଙ୍କୁ ଦଲାଲମାନେ ଡଙ୍ଗାର ଏକ କଠୋରୀରେ ବନ୍ଦ କରି ରଖିଥିଲେ। ଡଙ୍ଗାଟିରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୨୦୦ରୁ ଅଧିକ ମହିଳା ଓ ଶିଶୁ ଥିଲେ।

ସୂଚନାଯୋଗ୍ୟ, ୨୦୧୧ରେ ମୁଆମାର ଗଦାଫିଙ୍କ ପତନ ପରେ ଲିବ୍ୟାରେ ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ବେକାରୀ ବଢ଼ିଛି। ଲୋକ ଖାଇବାକୁ ପାଉନାହାନ୍ତି। ତେଣୁ ଲିବ୍ୟା ଲୋକେ ଲୁଚି କରି ଦଲାଲଙ୍କ ସହଯୋଗରେ ଏଭଳି ମାଛଧରା ଡଙ୍ଗାରେ ଇଟାଲି ଆଦି ଦେଶକୁ ପଳାଇ ଯାଉଛନ୍ତି ରୋଜଗାର କରିବା ଓ ପେଟ ପୋଷିବା ଆଶାରେ। ତେବେ ସମୁଦ୍ର ପଥରେ ଅନ୍ୟ ଦେଶକୁ ଯିବା ବାଟରେ ଅନେକ ଲିବ୍ୟା ଶରଣାର୍ଥୀଙ୍କ ମୃତୁ୍ୟ ଘଟିଲାଣି। ଗତ ସପ୍ତାହରେ ହିଁ ଏକ ଡଙ୍ଗା ବୁଡ଼ି ୪୦୦ ଲୋକଙ୍କ ମୃତୁ୍ୟ ଘଟିଥିଲା।

ଜାତିସଂଘର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ କେବଳ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଲିବ୍ୟାରୁ ୩୫,୦୦୦ ଲେକ ଦକ୍ଷିଣ ୟୁରୋପକୁ ପଳାଇଆସିଛନ୍ତି। ସମୁଦ୍ର ପଥରେ ହିଁ ସେମାନେ ଆସିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଡଙ୍ଗା ବୁଡ଼ି ୧୬୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ବି ହୋଇଛି। ୨୦୧୪ରେ ୨,୧୯,୦୦୦ ଲୋକ ଭୂମଧ୍ୟସାଗର ପାର ହୋଇ ଥିଲେ ଓ ଏଥିରୁ ଦୁର୍ଘଟଣାରେ ୩,୫୦୦ଙ୍କ ମୃତୁ୍ୟ ଘଟିଥିଲା।

Related story