ନୂଆଦିଲ୍ଲୀ:ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଏଲଆଇସିର ନୂଆ ଜୀବନ ବୀମା ପଲିସି। ଏହି ନୂତନ ପଲିସି ଅନୁଯାୟୀ ଆଧାରକାର୍ଡ଼କୁ ବାଧ୍ୟତାମୂଳକ କରାଯାଇଛି। ବିଶଷକରି ଏଥିରେ ମହିଳାଙ୍କ ପାଇଁ ଅଧିକ ସୁବିଧା ରଖାଯାଇଛି। ମହିଳାଙ୍କ ଉଦେଶ୍ୟ ଆଧାର ‘ସିଲା’ ଏବଂ ପୁରୁଷଙ୍କ ପାଇଁ ଆଧାର ‘ସ୍ତମ୍ଭ’ରେ ନାମକରଣ କରାଯାଇଛି। ଏହି ବୀମା ଅନୁଯାୟୀ ମୃତ୍ୟୁ ଘଟିଲେ ପୁରୁଷଙ୍କ କ୍ଷେତ୍ରରେ ବେସିକ୍ ପ୍ରିମିୟମ ଉପରେ ଶହେ ପ୍ରତିଶତ ସହାୟତା ମିଳିବ ।
କିନ୍ତୁ ମହିଳାଙ୍କ କ୍ଷେତ୍ରରେ ୧୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ମିଳିବ। ଏହି ବୀମା ପାଇଁ ବୟସ ସୀମା ୮ରୁ ୫୫ ବର୍ଷ ରହିଛି। ତେବେ ୧୦ରୁ ୨୦ ବର୍ଷ ଭିତରେ ଯିଏ ଏହି ପଲିସି କରିବ ସେମାନଙ୍କ ପାଇଁ ମେଚ୍ୟୁରିଟି ବୟସ ସର୍ବାଧିକ ୭୦ ବର୍ଷ ରହିଛି। ତେବେ ପ୍ରିମିୟମ ଭରିବା ପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ରଖାଯାଇନାହିଁ।